ମସ୍କଙ୍କୁ ମିଳିଲା ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଫାଇଦା
ନୂଆଦିଲ୍ଲୀ : ବିଶ୍ବର ଅରବପତିଙ୍କ ତାଲିକାରେ ଏଲନ ମସ୍କ ପ୍ରଥମ ସ୍ଥାନରେ ଅଛନ୍ତି । ବ୍ଲୁମବର୍ଗ ବିଲିୟନିୟର ଇଣ୍ଡେକ୍ସ ଅନୁସାରେ ତାଙ୍କର ସମୁଦାୟ ସମ୍ପତ୍ତି ବୃଦ୍ଧି ପାଇ ୩୪୮ ବିଲିୟନ୍ ଡଲାର ହୋଇଯାଇଛି । ତାଙ୍କ ପରେ ଦ୍ବିତୀୟ ସ୍ଥାନରେ ଜେଫ୍ ବେଜୋସ୍ ରହିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ୨୧୯ ବିଲିୟନ୍ ଡଲାର । ଅର୍ଥାତ୍ ଏଲନ ମସ୍କଙ୍କ ଜେଫ୍ ବେଜୋସଙ୍କଠୁ ୧୨୯ ବିଲିୟନ୍ ଡଲାର ଅଧିକ ସମ୍ପତ୍ତି । ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୧୧୯ ବିଲିୟନ୍ ଡଲାର ବୃଦ୍ଧି ପାଇଛି ।
ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଏଲନ ମସ୍କଙ୍କୁ ଅଧିକ ଫାଇଦା ମିଳିଛି । ଟ୍ରମ୍ପ ବିଜୟ ଲାଭ କରିବା ମାସେ ହେବାକୁ ଯାଉଛି । ୨୨ ଅକ୍ଟୋବରଠୁ ଆରମ୍ଭ କରି ଏପର୍ଯ୍ୟନ୍ତ ମସ୍କଙ୍କ ସମ୍ପତ୍ତି ୧୦୮ ବିଲିୟନ୍ ଡଲାର ବୃଦ୍ଧି ପାଇଛି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରେ ତାଙ୍କ ସମୁଦାୟ ସମ୍ପତ୍ତି ଅଧିକ ହୋଇଛି । ପ୍ରଚାର ସମୟରେ ସେ ୧୦୦ ମିଲିୟନ୍ ଡଲାର ଖର୍ଚ୍ଚ କରିଛନ୍ତି ।
୫ ନଭେମ୍ବରରେ ଫଳାଫଳ ପରେ ୨୨ ନଭେମ୍ବର ଭିତରେ ତାଙ୍କ ସମ୍ପତ୍ତି ୮୪ ବିଲିୟନ୍ ଡଲାର ବଢିଛି । ଅର୍ଥାତ୍ ୧୮ ଦିନରେ ସାଢେ ୪ ବିଲିୟନ୍ ଡଲାର ବଢିଛି । କିନ୍ତୁ ଗତ ମାସକରେ ଦେଖିଲେ ୧୦୮ ବିଲିୟନ୍ ଡଲାର ବଢିଛି । ଏହାର ଅର୍ଥ ଗତ ମାସକରେ ପ୍ରତିଦିନ ୩.୬ ବିଲିୟନ୍ ଡଲାର(୩୦୩୫୦୭୭୨୦୦୦୦) ଆୟ ହୋଇଛି । ୬ ମାସ ପୂର୍ବରୁ ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତି ୨୦୦ ବିଲିୟନ୍ ଡଲାରରୁ ମଧ୍ୟ କମ୍ ଥିଲା । କିନ୍ତୁ ଏବେ ଏହା ବୃଦ୍ଧି ପାଇ ୩୪୮ ବିଲିୟନ୍ ଡଲାର ପାର୍ କରିଛି । ଗତ ୬ ମାସରେ ତାଙ୍କ ସମ୍ପତ୍ତି ପ୍ରାୟ ୨ ଗୁଣା ହୋଇଛି ।
Comments are closed.