www.samajalive.in
Monday, December 8, 2025
14.1 C
Bhubaneswar

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ଶନିବାର ରାଶିଫଳ

ମେଷ: ନିଜ ବଳାର୍ଜିତ ଧନରେ ଧନୀ ହୋଇପାରନ୍ତି। ଚତୁଷ୍ପଦ ପ୍ରାଣୀ ପୋଷଣରେ ସୁଖ ଅନୁଭବ କରିବେ। ସର୍ବସୁଖ ପାଇବେ। ଦୟାଳୁ ହେବେ। ଅନ୍ନ-ବ୍ୟଞ୍ଜନାଦି ଭୋଜନରେ ସୁଖ ଅନୁଭବ କରିବେ।
ବୃଷ: ରାଜ ପରିବାର ସହିତ ମିତ୍ରତା ସ୍ଥାପନ କରିପାରନ୍ତି। କାବ୍ୟ, କବିତା ରଚନା କରି କବିଭାବର ପରିପ୍ରକାଶ ଘଟିବ। ଦେବ, ବ୍ରାହ୍ମଣଙ୍କ ଭକ୍ତିରେ ନିଜକୁ ନିୟୋଜିତ କରି ସାଧୁସନ୍ଥଙ୍କ କଲ୍ୟାଣଭାଜନ ହେବେ।
ମିଥୁନ: ପତ୍ନୀଙ୍କ ସଞ୍ଚିତ ଅର୍ଥ ଆଣି ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କରିପାରନ୍ତି। ସେହି ଅର୍ଥରେ ସାଧୁସେବା ସହିତ ସ୍ବର୍ଣ୍ଣ, ରୌପ୍ୟାଦି ଧାତୁ ଦ୍ରବ୍ୟ କିଣି ସୁଖଭୋଗ କରିବେ। ସତ୍‌ପଥଗାମୀ ହେବେ। କର୍କଟ: କ୍ଷୀପ୍ର ଗତିଶୀଳ ହେବେ। ମେଧାବୀ ହେବାର ସୂଚନା ମିଳୁଛି। ସୁକର୍ମା ହେବେ। ଗୁପ୍ତବିଦ୍ୟା ଓ ଗୁପ୍ତଧନ ପ୍ରାପ୍ତି ହେବ। ଶତ୍ରୁଘାତୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ: ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ। ଚୋରଙ୍କର ସାଧୁଚରିତ୍ରରେ ପରିବର୍ତ୍ତନ କରିବାକୁ ପ୍ରଯତ୍ନ ହେବେ। ଜନକଲ୍ୟାଣରେ ନିଜକୁ ନିୟୋଜିତ କରି ଧନ ବ୍ୟୟ କରିପାରନ୍ତି। ଅସାଧୁ ସଙ୍ଗ ପରିତ୍ୟାଗ କରିବେ। କନ୍ୟା:ବହୁ ଭାଷାକୁ ଆବଳମ୍ବନ କରି ଧନ ଅର୍ଜନ କରିପାରନ୍ତି। ଶାସ୍ତ୍ରାଦି ଅଭ୍ୟାସରେ ମନପ୍ରାଣ ଢାଳି ଦେଇପାରନ୍ତି। ଚିନ୍ତାଶୀଳ ଓ ବିନୟଭାବ ସମ୍ପନ୍ନ ହେବେ। ସାଧୁନୀତିଯୁକ୍ତ ହେବାର ସୂଚନା ମିଳୁଛି।
ତୁଳା: ଜଣେ ସଜ୍ଜନ ବ୍ୟକ୍ତି ଭାବେ ସମ୍ମାନିତ ହେବେ। ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବାଣିଜ୍ୟ କାରବାରରେ ଲାଭବାନ ହେବେ। ଧାର୍ମିକ ବ୍ୟକ୍ତିମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ।
ବିଛା: ଧର୍ମ କାର୍ଯ୍ୟ ଜାରି ରଖିବେ। ପୀଡ଼ାମୁକ୍ତକାରୀ ହୋଇ ସମସ୍ତଙ୍କଠୁ ପ୍ରଶଂସା ପାଇବେ। ଭକ୍ତିଯୁକ୍ତ ଓ ପୋଷଣକାରୀ ହୋଇପାରନ୍ତି। ଜୀବେ ଦୟାର ଅବତାର ହୋଇପାରନ୍ତି। ପର ଦୁଃଖରେ ଦୁଃଖୀ ହେବେ।
ଧନୁ: ଆଜି ସତର୍କତାର ସହ ଚଳିବାକୁ ପଡ଼ିବ, ସ୍ବାଭିମାନୀ ହୋଇପାରନ୍ତି। ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ପରୋପକାରୀ ହୋଇପାରନ୍ତି। ଧନଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ।
ମକର: ପତ୍ନୀ ଦାମ୍ଭିକତା ହୋଇପାରନ୍ତି। ଦୁଷ୍ଟ ବ୍ୟକ୍ତିଙ୍କୁ ଶିଷ୍ଠ କରିବାରେ ପାରଙ୍ଗମ ହେବେ। ଯୁଦ୍ଧପ୍ରିୟ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେବେ। ସେବା ଭାବନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।

କୁମ୍ଭ :ଧନ ହେତୁ ଶତ୍ରୁତା ଅର୍ଜନ କରିପାରନ୍ତି। ସରକାରଙ୍କ ହେତୁ ବୈରତାର ସୁସମାଧାନ ସମ୍ଭବ ହୋଇପାରେ। ଧୈର୍ଯ୍ୟଶୀଳ ହେବେ। ଅନ୍ୟଠାରୁ ସହାୟତା ନ ଲୋଡ଼ି, ସବୁ ଦାୟିତ୍ବ ବିଶ୍ବନିୟନ୍ତାଙ୍କ ଉପରେ ଛାଡ଼ିବେ।
ମୀନ: କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁଭ କାର୍ଯ୍ୟ ସମ୍ପାଦିତ ହେବ। ସରକାରୀ ସ୍ତରରୁ ଆୟ ଆସିପାରେ। ଅନୁଗୃହୀତ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories