www.samajalive.in
Tuesday, December 9, 2025
26.1 C
Bhubaneswar

ରୁପା ଛାଉଣି ହେବ ପତିତପାବନ ମନ୍ଦିର: ଲାଗିବ ୩୫୦ କିଲୋ ରୁପା

ପୁରୀ : ଶ୍ରୀମନ୍ଦିରର ସିଂହଦ୍ବାର ପତିତପାବନ ମନ୍ଦିର ସହ ଅନ୍ୟ ସ୍ଥାନକୁ ରୁପା ଛାଉଣି କରାଯିବ ବୋଲି ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ପୂର୍ବ ପରିଚାଳନା ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ମନ୍ଦିରକୁ ରୁପା ଛାଉଣି କରିବା ବିଷୟରେ ଆଲୋଚନା ହୋଇଥିଲା। ଏନେଇ ଗୁରୁବାର ସେବାୟତମାନଙ୍କୁ ଡ଼ିଜାଇନ ଦେଖାଇବା ସହ ସବିଶେ‌ଷ‌ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସିଂହଦ୍ବାର ପତିତପାବନ ମନ୍ଦିର,ପତିତପାବନ ମନ୍ଦିର ଗୁମୁଟ ଦ୍ବାର ବନ୍ଧ, ମହାପ୍ରଭୁଙ୍କ ରତ୍ନପଲଙ୍କ, ଭଣ୍ଡାର ଘର ନିକଟ ଲୋକନାଥ ମନ୍ଦିର ବନ୍ଧର ରୁପା ଛାଉଣି ସହ ୭ଟି ଚଳନ୍ତି ପ୍ରତିମାଙ୍କ ପ୍ରଭା ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ସିଂହଦ୍ବାର ପତିତପାବନ ମନ୍ଦିର ଏବଂ ପତିତପାବନ ମନ୍ଦିର ଗୁମୁଟ ଦ୍ବାର ବନ୍ଧ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୫ ସୁଦ୍ଧା ଶେ‌ଷ କରାଯିବ। ମହାପ୍ରଭୁଙ୍କ ରତ୍ନପଲଙ୍କ, ଭଣ୍ଡାର ଘର ନିକଟ ଲୋକନାଥ ମନ୍ଦିର ବନ୍ଧର ରୁପା ଛାଉଣି ସହ ୭ଟି ଚଳନ୍ତି ପ୍ରତିମାଙ୍କ ପ୍ରଭା ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ମାସ ସୁଦ୍ଧା ଶେ‌ଷ‌ ହେବ ବୋଲି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ରୁପା ଛାଉଣି କାର୍ଯ୍ୟ ପାଇଁ ପ୍ରାୟ ୩୫୦କିଲୋ ରୁପା ଲାଗିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି।
ପ୍ରକାଶ ଥାଉକି, ପୂର୍ବରୁ ଶ୍ରୀମନ୍ଦିରରେ କଳାହାଟ ଦ୍ବାର ଏବଂ ବେହରଣ ଦ୍ବାରି ରୁପା ଛାଉଣି କରାଯାଇଥିଲା। ପରବର୍ତ୍ତୀ କାଳରେ ସିଂହଦ୍ବାର କବାଟ, ଲକ୍ଷ୍ମୀ ମନ୍ଦିର କବାଟ, ବିମଳା ମନ୍ଦିର କବାଟ, ନୃସିଂହ ମନ୍ଦିର କବାଟ, ସାତ ପାହାଚ କବାଟ, ଦକ୍ଷିଣୀ ଘର କବାଟ ଏବଂ ସୂର୍ଯ୍ୟ ମନ୍ଦିର କବାଟର ରୁପା ଛାଉଣି କାର୍ଯ୍ୟ ଶେ‌ଷ ହୋଇଛି ବୋଲି ସୂଚନା ମିଳିଛି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories