ଡଙ୍ଗା ଭସାଇ ଠାକୁର ଦର୍ଶନ ବେଳେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଚୋରି
ଭୁବନେଶ୍ଵର : ରାଜଧାନୀରେ ଲୁଟେରାଙ୍କ ରାଜ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଏକ ବଡ ଅଘଟଣ ସାମ୍ନାକୁ ଆସିଛି। ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ଚେନ୍। ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଛି। ଆଜି ସକାଳୁ ବୃଦ୍ଧା ଜଣକ ଡଙ୍ଗା ଭସାଇ ଭୁବନେଶ୍ଵର ନୟାପଲ୍ଲୀ ବେହେରା ସାହି ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଏତିକି ବେଳେ କେହି ଦୁର୍ବୁତ୍ତ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ଏ ନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Comments are closed.