www.samajalive.in
Monday, December 15, 2025
24.1 C
Bhubaneswar

ଛାତ୍ରାବାସ ଶୌଚାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ

ଫୁଲବାଣୀ: ଖଜୁରୀପଡା ଥାନା ଅନ୍ତର୍ଗତ ଆର ନୁଆଁଗାଁ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସ ଶୌଚାଳୟରୁ ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ବେଗରେ ଗାମୁଛା ବାନ୍ଧି ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଛାତ୍ର ଜଣକ ହେଲେ ଆର. ନୂଆଗାଁ ଗ୍ରାମପଞ୍ଚାୟତ ବାଳିସୁଗ୍ରୀ ଗ୍ରାମର ରସାନନ୍ଦ ମଲିକଙ୍କ ପୁଅ ଆନନ୍ଦେଶ୍ୱର ମଲିକ। ଏ ସମ୍ପର୍କରେ ବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ସାହୁ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମୃତଦହେ ଜବତ କରି ଏକ ଅପମୃତ୍ୟୁ ମାମଲା(୨୭/୨୪) ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ଆନନ୍ଦେଶ୍ୱର ଛାତ୍ରାବାସରେ ରହି ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ୧୨ ତାରିଖ ରାତିରେ ସେ ଖାଇବା ପରେ ପାଠ ପଢ଼ିଥିଲେ। କିନ୍ତୁ ସକାଳୁ ଶୌଚାଳୟରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପୁଲିସ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ଛାତ୍ର ଜଣକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ପୁଲିସ ତାହାର ତଦନ୍ତ କରୁଥିବା ଏଏସଆଇ ପ୍ରଦୀପ କୁମାର ନେମାଳପୁରୀ ସୂଚନା ଦେଇଛନ୍ତି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories