www.samajalive.in
Monday, December 15, 2025
16.1 C
Bhubaneswar

ଶିମିଳିପାଳରେ ବାଘୁଣୀ ‘ଯମୁନା’ର ବାର୍‌ହା ଶିକାର

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କବାଟଘାଇଠାରେ ପ୍ରସ୍ତୁତ ସ୍ବତନ୍ତ୍ର ଖୁଆଡ଼ରେ ମହାରାଷ୍ଟ୍ରରୁ ଆଣି ନିକଟରେ ଛଡାଯାଇଥିବା ଏକ ବାଘୁଣୀ ‘ଯମୁନା’ ସେଠାରେ ଏକ ବାର୍‌ହାକୁ ଶିକାର କରିଛି। ବାର୍‌ହା ଶିକାର ପରେ ଯମୁନା ପାଣି ପିଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଘୁଣୀକୁ ଶିକାର ପାଇଁ ଚିତ୍ତଲ, ହରିଣ ଓ ବାର୍‌ହା ଖୁଆଡ଼ ଭିତରକୁ ଛଡାଯାଇଥିଲେ ମଧ୍ୟ ସେ କେବଳ ବାର୍‌ହାକୁ ଶିକାର କରିଥିଲା। ୨ବର୍ଷ ୭ମାସ ବୟସ୍କା ବାଘୁଣୀଟି ଏବେ ସୁସ୍ଥ ତଥା ଶାନ୍ତ ରହିଥିବା ସହିତ ଠିକ୍‌‌ ବିଶ୍ରାମ ନେଉଥିବା ଉଲ୍ଲେଖ କରାଯାଇଛି। ଖୁଆଡ଼ରେ ସ୍ୱତନ୍ତ୍ର ସିସି କ୍ୟାମେରା ଲଗାଯାଇ ତାର ଗତିବିଧି ଉପରେ ନୀରିକ୍ଷଣ କରାଯାଉଛି। ଏହି ଖୁଆଡ଼ରେ ଅନ୍ୟ କାହାରି ପ୍ରବେଶକୁ ନିଷେଧ କରାଯାଇଛି। ସ୍ୱାଭାବିକ ଭାବେ ଯେପରି ବାଘୁଣୀଟି ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଚଳପ୍ରଚଳ କରିପାରିବ ସେ ନେଇ ବନ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି।

ଦୁଇ ସପ୍ତାହ ପରେ ସଂପୃକ୍ତ ବାଘୁଣୀ ‘ଯମୁନା’କୁ ଟ୍ରାକ୍‌ଚିପ୍‌‌ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳ (କୋର୍‌ ଏରିଆ)କୁ ଛଡାଯିବ । ପ୍ରଥମ ପର୍ଯ୍ୟାୟରେ ‘ଯମୁନା’କୁ ଗତ ରବିବାର ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାସ୍ଥ ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିଲା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟତମ ବାଘୁଣୀ ‘ଗଙ୍ଗା’କୁ ଶିମିଳିପାଳ ଅଣାଯିବ। ବାଘ ବଂଶ ବୃଦ୍ଧି ପାଇଁ ଶିମିଳିପାଳ ଦେଶରେ ସର୍ବୋତ୍କୃଷ୍ଟ ସ୍ଥାନ ବୋଲି ଏନଟିସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories