www.samajalive.in
Monday, December 15, 2025
14.1 C
Bhubaneswar

ବଲାଙ୍ଗିରର ଝୁଲେନବାରରେ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ଲୋକାର୍ପିତ, ୫ କୋଟି ଟଙ୍କା ବ୍ୟୟ ଅଟକଳ

ଭୁବନେଶ୍ଵର: ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଝୁଲେନବାର ଗାଁ ନିକଟରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନବନିର୍ମିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡକୁ ଦୀପାବଳି ଅବସରରେ  ଉଦଘାଟନ କରିଛନ୍ତି  ।  ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଶିବାଜି ଗୌରବ ଈଶାଲୱାର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଟାଟା ପାୱାରର ଅଧିକାରୀ ଆଶିଷ କୁମାର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ।

ଏହି ଗ୍ରୀଡ ସ୍ଥାପନ ଦ୍ଵାରା ୬ ଟି ଗ୍ରାମ ପଞ୍ଚାୟତର ୩୦ ଟି ଗ୍ରାମର ୫୦୦୦ ଘରୋଇ ଉପଭୋକ୍ତା ଗୁଣାତ୍ମକ ବିଦ୍ୟୁତ ପାଇବା ସହ, ୪୦୦ ଉଠା ଜଳସେଚନର ଉପଭୋକ୍ତା ଏବଂ ବହୁ ସଂଖ୍ୟକ ଚାଷୀମାନେ ଉପକୃତ ହେବେ । ଏହି ଅଞ୍ଚଳର ଲୋକେ ୨୪x ୭ ନିରନ୍ତର ବିଦ୍ୟୁତ ପାଇବେ, ଏହାଦ୍ଵାରା ସମସ୍ତ ବାସିନ୍ଦାଙ୍କ ଜୀବନଶୈଳୀ ଉନ୍ନତ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହଦେଓ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୮ ମସିହାରୁ ଏହି ଗ୍ରୀଡ କାମ ଆରମ୍ଭ ହୋଇଥିଲା ଆଜି ଏହା ସମ୍ପୂର୍ଣ୍ଣ ହୋଇଛି।ଏହି ଅଞ୍ଚଳର ଲୋକଙ୍କ ଦାବି ପୂରଣ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories