www.samajalive.in
Monday, December 15, 2025
16.1 C
Bhubaneswar

ଅଗ୍ନିକାଣ୍ଡରେ ୩ ବଖରା ଚାଳଘର ଜଳିଗଲା

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ଅଧିନ ତଇଳାମାଳ ଗ୍ରାମରେ ଗୁରୁବାର ଆକସ୍ମିକ ଅଗ୍ନିକାଣ୍ଡ ଯୋଗୂଁ ୩ଜଣଙ୍କ ୩ ବଖରା ଚାଳଛପର ଘର ଜଳିଯିବା ସହ ବହୁ ଆସବାବପତ୍ର ପୋଡିଯାଇଥିବା ଜଣାପଡିଛି । ବାଟରୁ ହେଉ ଅବା ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟି ତଇଲାମାଳ ଗ୍ରାମର ସନ୍ତୋଷ ଜେନା, ଦୁଃଶାସନ ଜେନା ଓ କେଳି ଜେନଙ୍କର ଗୋଟିଏ ଲେଖାଁଏ ବଖରା ପୋଡି ଯାଇଛି।
ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବାବେଳେ ଖବର ପାଇ ଆଠଗଡରୁ ଦମକଳ ବାହିନୀ  ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଧାନ, ଚାଉଳ ସହ ଘରୋଇ ସାମଗ୍ରୀ ପୋଡି ନଷ୍ଟ ହୋଇଛି। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ମେଘା ରାଜସ୍ୱ ନିରୀକ୍ଷକ ନଗେନ ବେହେରା ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହିତ ଅଗ୍ନିବିପନ୍ନ ପରିବାରକୁ ପଲିଥିନ ଯୋଗାଇ ଦେଇଥିଲେ ।
ସେମାନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଆରଆଇ ଶ୍ରୀ ବେହେରା ସୂଚନା ଦେଇଥିଲେ। ସେହିପରି ରାଜନଗର ସରପଞ୍ଚଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପରିଡା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରଙ୍କୁ ଚୁଡା, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories