www.samajalive.in
Sunday, December 14, 2025
19.1 C
Bhubaneswar

ଦେପ୍‌ସାଙ୍ଗ, ଡେମଚୋକ୍‌ରୁ ସୈନ୍ୟ ପ୍ରତ୍ୟାହୃତ : ଆଜି ପରସ୍ପରକୁ ମିଠା ଖୁଆଇବେ ଉଭୟ ଦେଶର ସେନା

ନୂଆଦିଲ୍ଲୀ : ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ଭାରତ ଓ ଚୀନ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ସମ୍ପର୍କରେ ବୁଧବାର ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପରି କି ସୀମା ବିବାଦର ଅନ୍ତ ଘଟିଥିବା କାରଣରୁ ଏଠାରେ ଦୁଇ ଦେଶ ପକ୍ଷରୁ ଆଜି ଦୀପାବଳି ଅବସରରେ ମିଠା ଆଦାନପ୍ରଦାନ କରାଯିବ ବୋଲି କୁହାଯାଇଛି। ୨୦୨୦ରେ ଗଲୱାନ ସଂଘର୍ଷ ପରେ ଏହି ବିବାଦୀୟ ଅଞ୍ଚଳରେ ଉଭୟ ଦେଶ ନିଜର ସୈନ୍ୟ ମୁତୟନ ସହିତ ଶିବିର ସ୍ଥାପନ କରିଥିଲେ। ଅକ୍ଟୋବର ୨୧ରେ ଉଭୟ ଦେଶ ମଧ୍ୟରେ ବୁଝାମଣା ପରେ ଏଠାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଆଧାରରେ ଉଭୟ ଦେଶ ନିଜର ସୈନ୍ୟ ପ୍ରତ୍ୟାହାର ସହିତ ଶିବିର ସବୁକୁ ଉଚ୍ଛେଦ କରିନେଇଛନ୍ତି। ଖୁବ୍‌ଶୀଘ୍ର ଏହି ଅଞ୍ଚଳରେ ମିଳିତ ପାଟ୍ରୋଲିଂ ଆରମ୍ଭ ହେବ ବୋଲି ଭାରତୀୟ ସେନା କହିଛି। ଆଗାମୀ ଦିନରେ ଲଦାଖର ଅନ୍ୟ ବିବାଦୀୟ ଅଞ୍ଚଳରୁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା କରିବେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories