ବାରିପଦା: ଶିକାର କଲା ଶିମିଳିପାଳକୁ ଆସିଥିବା ନୂଆ ବାଘୁଣୀ ଯମୁନା। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡା ଯାଇଥିବାବେଳେ ଯମୁନା ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଶିମିଳିପାଳ କ୍ଷେତ୍ର ନିର୍ଦେଶକଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ଶିକାର କରି ଖାଇବା ପରେ ବାଘୁଣୀ ପାଣି ପିଇଥିଲା। ଏବେ ଯମୁନା ସୁସ୍ଥ ଓ ଶାନ୍ତ ଥିବା ସେ ସୂଚନା ଦେଇଛନ୍ତି। ଏନକ୍ଲୋଜର ଭିତରେ ସିସି ଟିଭି କ୍ୟାମେରା ଲଗାଯାଇ ବାଘୁଣୀର ଗତିବିଧି ଉପରେ ନଜର ରଖାଯାଇଛି। ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଯମୁନାକୁ ଶିମିଳିପାଳକୁ ଅଣାଯାଇଥିଲା। ୨୯ ତାରିଖରେ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟର ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ଛାଡି ଦିଆଯାଇଥିଲା।
Popular Categories



