www.samajalive.in
Saturday, December 6, 2025
15.1 C
Bhubaneswar

ଦୀପାବଳିରୁ ଶୀତ ! ୨ ଡିଗ୍ରୀ କମିବ ରାତି ତାପମାତ୍ରା

ଭୁବନେଶ୍ବର : ସାରା ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିଛି। କାଁ ଭାଁ  କିଛି ଅଞ୍ଚଳରେ ହାଲୁକା ବର୍ଷା ହେଉଛି। ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ। ଦୀପାବଳି ଦିନ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ମଙ୍ଗଳବାର ଚାନ୍ଦବାଲି, ସମ୍ବଲପୁର, ଢେଙ୍କାନାଳ, ନୂଆପଡା, ନବରଙ୍ଗପୁର, ଜଗତସିଂହପୁର‌େ‌ର ବର୍ଷା ହୋଇଛି। ଦକ୍ଷିଣ ଛତିଶଗଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି।
ଦିନକ ପରେ ଦୀପାବଳି। ଏତେବେଳକୁ ଶୀତ ପଡିବା କଥା, ହେଲେ ଶୀତ ଅନୁଭୂତ ହୋଇନାହିଁ। ବାତ୍ୟା ‘ଦାନା’ ପ୍ରଭାବ ଯୋଗୁଁ ୨୩ ତାରିଖରୁ ପାଗ ମେଘୁଆ ଥିବାବେଳେ ମଙ୍ଗଳବାର ସ୍ବାଭାବିକ ହୋଇଛି। ଅକ୍ଟୋବର ୩୧ରୁ ରାତି ତାପମାତ୍ରା କମିବା ଦ୍ବାରା ଶୀତ ଅନୁଭୂତ ହେବ। ଉତ୍ତର ଭାରତରୁ ରାଜ୍ୟକୁ ଥଣ୍ଡା ପବନ ବହିବ। ନଭେମ୍ବର ୧ରୁ ୫ତାରିଖ ମଧ୍ୟରେ ରାତି ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଦୀପାବଳି ରାତିରୁ ରାଜ୍ୟରେ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories