www.samajalive.in
Monday, December 8, 2025
13.1 C
Bhubaneswar

ଖୋଲିଲା ଶିମିଳିପାଳ: ଯଶିପୁର ଦେଇ ପ୍ରବେଶ ଅନୁମତି

ବାରିପଦା : ବାତ୍ୟା ‘ଦାନା’ ଏବଂ ପ୍ରବଳ ବର୍ଷା ପାଇଁ ଶିିମିଳିପାଳ ଅଭୟାରଣ୍ୟ ଗତ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଖୋଲିଛି। ତେବେ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଗତକାଲି କେବଳ ଯଶିପୁରର କାଳିଆଣି ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିଛି । ବାରିପଦାର ପିଠାବଟା ଦେଇ ପର୍ଯ୍ୟଟକଙ୍କ ପ୍ରବେଶକୁ ଏବେ ବନ୍ଦ ରଖାଯାଇଛି। ମଙ୍ଗଳବାର ଯଶିପୁର ଦେଇ ଦୁଇ ମହିଳାଙ୍କ ସମେତ ମୋଟ ୧୩ ଜଣ ପର୍ଯ୍ୟଟକ ଦୁଇଟି ଗାଡିରେ ଶିମିଳିପାଳ ଭ୍ରମଣ ପାଇଁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ପିଠାବଟା ପ୍ରବେଶ ପଥ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଓ ମରାମତି ପରେ ହିଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories