ଦେଖନ୍ତୁ ଭିଡିଓ; ନିଜ ଛୁଆକୁ ଭୁଲ୍‌ରେ ପାଣିରେ ପକାଇଦେବା ପରେ ଏମିତି କଲା ସିଂହୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁଙ୍କ ଅନେକ ଭିଡିଓ ବେଶ ମନଛୁଆଁ ହୋଇଥାଏ । ତେବେ ନିକଟରେ ସୋସିଆଲ ମିଡିଆରେ ସିଂହୀ ଓ ତା’ଛୁଆର ଭାଇରାଲ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ବେଶ ଭାଇରାଲ୍‌ ହେଉଛି । ଭିଡିଓ ବେଶ ଭାବବିହ୍ୱଳ ମଧ୍ୟ।

ଜାଣନ୍ତୁ : ଧନତେରସରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ରାଶି ଅନୁଯାୟୀ କିଣିବେ କେଉଁ ଜିନିଷ..

ଭିଡିଓରେ ଦେଖିପାରିବେ, ଏକ ସିଂହୀ ଭୁଲ୍‌ରେ ନିଜର ଛୁଆକୁ ପାଣି ଭିତରେ ପକାଇ ଦେଉଛି । ତଳେ ପାଣି ଥିବା ସିଂହୀଟି ଜାଣିନଥିବା ଭିଡିଓରୁ ଜଣାପଡୁଛି । ମାତ୍ର ଏହା ଜାଣିବା ମାତ୍ରେ ସିଂହୀଟି ତୁରନ୍ତ ନିଜ ଛୁଆକୁ ପାଣିରୁ କାଢି ନେଉଛି । ସେହି ସମୟରେ ଯେପରି ଛୁଆଟି ମାଆ ଉପରେ ରାଗୁ ଥିବା ମଧ୍ୟ ଦେଖାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

Comments are closed.