www.samajalive.in
Saturday, December 6, 2025
23.1 C
Bhubaneswar

ବାତ୍ୟାରେ ଜନ୍ମ ନେଲେ ୨୨୦୧ ଶିଶୁ; ପିତାମାତା କହିଲେ ନାମ ରଖିବୁନି ‘ଦାନା’

ସମାଜ ଡିଜିଟାଲ ଡେସ୍କ: ‘ବାତ୍ୟା ଦାନା’ ସମୟରେ ଜନ୍ମଗ୍ରହଣ କରିଛନ୍ତି ୨ହଜାର ୨୦୧ଜଣ ଶିଶୁ। ୧୮୫୮ଜଣ ଗର୍ଭବତୀଙ୍କର ସାଧାରଣ ପ୍ରସବ ହୋଇଥିବା ବେଳେ ୩୪୩ଜଣ ମହିଳା ଅସ୍ତ୍ରୋପଚାର ଦ୍ୱାରା ସନ୍ତାନ ଜନ୍ମ କରିଛନ୍ତି। ‘ଦାନା’ ଲାଗି ଡାକ୍ତରଖାନା ଗୁଡିକରେ କରାଯାଇଥିବା ସ୍ୱତନ୍ତ୍ର ପ୍ରସବ ବ୍ୟବସ୍ଥା ଏବଂ ମା’ ଗୃହ ଗୁଡିକୁ ୪ହଜାର ୭୫୭ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଏହି ପ୍ରସୂତି ମହିଳାଙ୍କ ପ୍ରସବ ପରବର୍ତ୍ତୀ ସମ୍ପୂର୍ଣ୍ଣ ଯତ୍ନ ନିଆଯାଉଛି। ସମସ୍ତେ ସୁସ୍ଥ ଓ ସୁରକ୍ଷିତ ଥିବା ସ୍ୱାସ୍ଥ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଦାନା ଆସିବାର ଅବ୍ୟହିତ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲାର ୩୪ହଜାର ୮୦ଜଣ ଗର୍ଭବତୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଥିଲା ସ୍ୱାସ୍ଥ୍ୟ ବିଭାଗ। ସେମାନଙ୍କ ମଧ୍ୟରୁ ଚଳିତ ସପ୍ତାହରେ ପ୍ରସବ ତାରିଖ ଥିବା ୯ହଜାର ୮୭୭ଜଣ ମହିଳାଙ୍କ ମଧ୍ୟରୁ ୪ହଜାର ୭୯୭ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାର ପ୍ରସବ କେନ୍ଦ୍ର ମା ଗୃହକୁ ସ୍ଥାନାନ୍ତର ଲାଗି ଲକ୍ଷ୍ୟ ରଖାଯାଇଥିଲା। ତେବେ ଲକ୍ଷ୍ୟଠାରୁ ଅଧିକ ୬୨ଜଣଙ୍କୁ ମୋଟ ୪୮୫୯ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ସମୟରେ କୌଣସି ପ୍ରସବ ଜନିତ ମାତୃ ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ପାଣିପାଗ ଅନୁକୂଳ ହେବା ଯାଏ ସେମାନେ କେନ୍ଦ୍ରରେ ରହିବାକୁ ବ୍ୟବସ୍ଥା କରାଯାଇଛି। ତେବେ ନବଜାତକଙ୍କ ମଧ୍ୟରେ ୧୩ଜଣ ଯାଆଁଳା ଶିଶୁ ଅଛନ୍ତି।
କିଛି ଗର୍ଭବତୀ ମାତାମାନେ ପୁତ୍ର ସନ୍ତାନଙ୍କ ନାମ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାମ ଅନୁସାରେ ମୋହନ ରଖିବାକୁ ଭଲ ପାଉଥିବା ବେଳେ କେତେକ ମହିଳା ସେମାନଙ୍କ ସନ୍ତାନକୁ ‘ଦାନା’ ନାମରେ ନାମିତ କରିଛନ୍ତି। ତେବେ ଅଧିକାଂଶ ପିତାମାତା ସେମାନଙ୍କ ନବଜାତକକୁ ‘ଦାନା’ ନାମାରେ ନାମିତ କରିବାକୁ କୁଣ୍ଠିତ ହେଉଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଏହି ନବଜାତକ ମାନଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories