www.samajalive.in
Tuesday, December 9, 2025
23.1 C
Bhubaneswar

ସୁଲତାନ୍‌ଙ୍କ ରାଗ

ମୁମ୍ବଇ: ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ଘନିଷ୍ଠତାକୁ ନେଇ ଗଣମାଧ୍ୟମରେ ରୀତିମତ ଚର୍ଚ୍ଚା ଚାଲିଛି। ବଲିଉଡର ସୁଲତାନ୍ ସଲମାନ୍ ଖାନ୍‌ଙ୍କ ସାନ ଭାଇ ଅରବାଜ୍‌ଙ୍କ ପୂର୍ବ ପତ୍ନୀ ହେଉଛନ୍ତି ମଲାଇକା। ଅର୍ଜୁନ କିଛି ବର୍ଷ ତଳେ କ୍ୟାରିୟର ଆରମ୍ଭ କରିବା ସମୟରେ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କୁ ଡେଟ୍ କରୁଥିଲେ। ପରେ କିନ୍ତୁ ଏଇ ସମ୍ପର୍କ ଆଗେଇଲା ନାହିଁ। ଏହା ସହ ଅର୍ଜୁନଙ୍କ ଏବର ନିଷ୍ପତ୍ତିକୁ ନେଇ ମଧ୍ୟ ଖାନ୍ ପରିବାର ସଦସ୍ୟ ବିରକ୍ତି ପ୍ରକାଶ କରିଛନ୍ତି। ଏପରିକି ଅର୍ଜୁନଙ୍କ ବାପା ବୋନି କପୁର ମଧ୍ୟ ପୁଅକୁ ଏଇ ସମ୍ପର୍କ ନିମନ୍ତେ ସବୁଜ ସଙ୍କେତ ଦେଇନଥିବାର ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି। ଅର୍ଜୁନ-ମଲାଇକାଙ୍କ ଏଇ ନିବିଡ଼ତା ପାଇଁ ସଲମାନ୍ ପ୍ରଯୋଜକ ବୋନି କପୁରଙ୍କ ଦୁଇଟି ବଡ଼ ବଜେଟ୍‌ର ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପାଖେ ତାଙ୍କ ଘରକୁ ମଧ୍ୟ ନିକଟରେ ସେ ବୋନିଙ୍କ ପ୍ରବେଶକୁ ନିଷେଧ କରିଥିବାର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି। ଏ ବାବଦରେ ଅର୍ଜୁନ ବ୍ୟକ୍ତିଗତ ଭାବେ ସଲମାନ୍‌ଙ୍କୁ କ୍ଷମା ପ୍ରାର୍ଥନା କରି କହିଛନ୍ତି, ତାଙ୍କ ପରିବାରକୁ ଅସମ୍ମାନ ହେଲା ଭଳି କୌଣସି କାମ ସେ କରିବେ ନାହିଁ। ହେଲେ ଅର୍ଜୁନ-ମଲାଇକାଙ୍କ ନିୟମିତ ମୁମ୍ବଇରେ ଏକତ୍ର ବୁଲିବା ଦେଖି ଏ ପ୍ରସଙ୍ଗର ଅନ୍ତ ଜଣାପଡ଼ୁନାହିଁ। ଏସବୁ ଭିତରେ ସଲମାନ୍‌ଙ୍କ ରାଗ ବଢ଼ିବାରେ ଲାଗିଛି। ଭାଇଜାନ୍‌‌ଙ୍କ ରାଗର ପରିଣାମ ପୂରା ବଲିଉଡ ଜାଣେ, ଏଣୁ ଅର୍ଜୁନ ସତର୍କ ହେବା ଜରୁରୀ ବୋଲି ଅନ୍ୟମାନେ କୁହାକୁହି ହେଲେଣି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories