www.samajalive.in
Monday, December 8, 2025
14.1 C
Bhubaneswar

ଆସିଗଲା ସାମ୍‌ସଙ୍ଗ୍‌ର ଏ୧୬, ୬ବର୍ଷ ପର୍ଯ୍ୟନ୍ତ ଲଗାତର ଚାଲିବ ଏହି ଫୋନ୍‌, ଦାମ୍‌ ମାତ୍ର ଏତିକି.

ନୂଆଦିଲ୍ଲୀ : ସାମ୍‌ସଙ୍ଗ୍‌ର ନୂଆ ସ୍ମାର୍ଟଫୋନ୍‌ ଗାଲାକ୍ସି ଏ୧୬ ଭାରତରେ ଲଞ୍ଚ ହୋଇ ସାରିଛି । ଏହା ଏକ ମଧ୍ୟମ ବଜେଟ୍‌ର ସ୍ମାର୍ଟ ଫୋନ୍‌ । ଫୋନ୍‌ରେ ୬ ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଓ ସଫ୍ଟୱେୟାର ଅପଡେଟ୍‌ ଦିଆଯାଉଛି । ଅର୍ଥାତ୍‌ ଆପଣ ଗୋଟିଏ ଥର ଫୋନ୍‌ କିଣି ୬ ବର୍ଷ ମଧ୍ୟ ଚିନ୍ତା ମୁକ୍ତ ରହିପାରିବେ।

ସାମ୍‌ସଙ୍ଗ୍‌ ଗାଲାକ୍ସି ଏ୧୬ ୫ଜି ୨ଟି ପ୍ରକାରର ଆସୁଛି । ଏହାର ୮ଜିବି ର‌୍ୟାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ର ଦାମ୍‌ ୧୮,୯୯୯ ଟଙ୍କା । ୮ଜିବି ର‌୍ୟାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ର ଦାମ୍‌ ୨୧,୯୯୯ ଟଙ୍କା ।

୧୫ ନଭେମ୍ବରରେ ଶନିଙ୍କ ସିଧା ଚଳନ ଏହି ରାଶିଙ୍କୁ କରିବ ଭାଗ୍ୟଶାଳୀ: ମିଳିବ ଧନ, ଦୂର ହେବ ଶନି ଦଶା, ସବୁ ସମସ୍ୟା..

- Advertisement -

ଫୋନ୍‌ଟି ସୁନେଲି, ହାଲକା ସବୁଜ, ନୀଳ ରଙ୍ଗରେ ଆସୁଛି । ଏହି ଫୋନ୍‌କୁ ଫ୍ଲିପକାର୍ଟ ସହ ସାମ୍‌ସଙ୍ଗ୍‌ ଷ୍ଟୋରରୁ ମଧ୍ୟ କିଣି ପାରିବେ । ଏହାସହ ଏକ୍ସିସ ଓ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ବ୍ୟବହାର କରି କିଣିବା ଦ୍ୱାରା ୧,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ସୁବିଧାର ଲାଭ ପାଇ ପାରିବେ । ସମ୍ପୂର୍ଣ୍ଣ ଡିସକାଉଣ୍ଟ ଅଫର୍‌ ପାଇବା ପରେ ୮ଜିବି ର‌୍ୟାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ଫୋନ୍‌କୁ ୨୦,୯୯୯ ଟଙ୍କାରେ ଓ ୮ଜିବି ର‌୍ୟାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ର ମଡେଲ୍‌କୁ ୧୭,୯୯୯ ଟଙ୍କାରେ ପାଇପାରିବେ ।

ଦେଖନ୍ତୁ ଭିଡିଓ; ରେଳଧାରଣାକୁ ହଠାତ୍‌ ଆସିଗଲେ ୬୦ ହାତୀ, ଏମିତି ଜୀବନ ରକ୍ଷା କଲେ ଲୋକୋ ପାଇଲଟ୍‌..

ସାମ୍‌ସଙ୍ଗ୍‌ ଗାଲାକ୍ସି ଏ୧୬ ୫ଜି ସ୍ମାର୍ଟ ଫୋନ୍‌ରେ ୬.୭ ଇଞ୍ଚର ପୁରା ଏଚଡି+ଡିସପ୍ଲେ ଦିଆଯାଇଛି । ଫୋନ୍‌ରେ ୯୦ ଏଚଜେଡ୍‌ ରିଫ୍ରେଶ ରେଟ୍‌ ସପୋଟ୍‌ ମଧ୍ୟ ଦିଆଯାଉଛି । ଏହି ଡିସ୍‌ପ୍ଲେ ଟେକ୍ନୋଲୋଜି ସହ ଆସୁଛି । ଫୋନ୍‌ରେ ୩ ସ୍ତର ବିଶିଷ୍ଟ କ୍ୟାମେରା ସେଟ୍‌ଅପ୍‌ ଦିଆଯାଉଛି । ଗାଲାକ୍ସି ଏ୧୬ ୫ଜିରେ ପାୱାରଫୁଲ୍‌ ୫୦୦୦ ଏମଏଏଚ ବ୍ୟାଟେରୀ ମିଳିଥାଏ । ଫୋନ୍‌ ସହ ୨୫ ଡବ୍ଲ୍ୟୁ ଚାର୍ଜିଙ୍ଗ୍‌ ସୁବିଧା ମଧ୍ୟ ମିଳୁଛି । ସାମସଙ୍ଗ ଗାଲାକ୍ସି ଏ୧୬ ୫ଏ ସ୍ମାର୍ଟଫୋନରେ ମିଡିଆ ଟେକ୍ ଡାଇମେନସିଟି ୬୩୦୦ ପ୍ରୋସେସର୍‌ ସପୋର୍ଟ ସହ ଆସୁଛି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories