www.samajalive.in
Sunday, December 7, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; ରେଳଧାରଣାକୁ ହଠାତ୍‌ ଆସିଗଲେ ୬୦ ହାତୀ, ଏମିତି ଜୀବନ ରକ୍ଷା କଲେ ଲୋକୋ ପାଇଲଟ୍‌..

ନୂଆଦିଲ୍ଲୀ : ଲୋକୋ ପାଇଲଟ୍‌ଙ୍କ ଯୋଗୁଁ ବଞ୍ଚିଗଲା ହାତୀପଲଙ୍କ ଜୀବନ। ଆସାମରେ ହାତୀପଲଙ୍କ ଜୀବନ ବଞ୍ଚାଇବାକୁ ଲୋକୋ ପାଇଲଟ୍‌ ସଠିକ୍‌ ସମୟରେ ଟ୍ରେନ୍‌ର ବ୍ରେକ୍‌ ଲଗାଇଥିଲେ। ଏହି ଘଟଣା ୧୬ ଅକ୍ଟୋବର ରାତିରେ ଘଟିଥିଲା । ଟ୍ରେନ୍‌ ଗୌହାଟିରୁ ଲାମଡିଙ୍ଗ୍‌ ଆଡକୁ ଯାଉଥିବା ସମୟରେ ହାତୀପଲ ରେଳ ଧାରଣା ପାର୍‌ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓଟି ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ଘଟଣା ରାତି ପ୍ରାୟ ୮ଟା ୩୭ର ।


ଟ୍ରେନ୍‌ ନମ୍ବର ୧୫୯୫୯ କାମରୁପ ଏକ୍ସପ୍ରେସର ହାବାଇପୁର ଓ ଲାମସାଖାଙ୍ଗ ଷ୍ଟେସନ ମଧ୍ୟରେ କିଲୋମିଟର ୧୬୬/୮-୧୬୭/୦ରେ ହାତୀପଲ ରେଳ ଧାରଣା ପାର୍‌ କରୁଥିବା ଦେଖାଯାଇଥିଲା । ହାତୀଙ୍କୁ ଦେଖିବା ମାତ୍ରେ ଲୋକୋ ପାଇଲଟ୍‌ ଓ ସହାୟକ ଲୋକୋ ପାଇଲଟ୍‌ ଜରୁରୀ ବ୍ରେକ୍‌ ଲଗାଇବା ସହ ୬୦ ଜଙ୍ଗଲୀ ହାତୀଙ୍କୁ ଟ୍ରେନ୍‌ ଧକ୍କାରୁ ସେମାନଙ୍କ ଜୀବନ ରକ୍ଷା କରିଥିଲେ ।

୧୫ ନଭେମ୍ବରରେ ଶନିଙ୍କ ସିଧା ଚଳନ ଏହି ରାଶିଙ୍କୁ କରିବ ଭାଗ୍ୟଶାଳୀ: ମିଳିବ ଧନ, ଦୂର ହେବ ଶନି ଦଶା, ସବୁ ସମସ୍ୟା..

- Advertisement -

ଭିଡିଓରେ ଦେଖିପାରିବେ, ହାତୀପଲ ରେଳ ଧାରଣା ପାର୍‌ କରୁଥିଲେ । ଟ୍ରେନ୍‌ଟି ହାତୀଙ୍କ ଠାରୁ ୧୦୦ ମିଟର ଦୂରରେ ରହିଛି । ପ୍ରାୟ ୬୦ ହାତୀ ଧାରଣା ପାର୍‌ କରୁଛନ୍ତି । ଟ୍ରେନ୍‌ ଲାଇଟ୍‌ରେ ହାତୀ ଧାରଣା ପାର୍‌ କରୁଥିବା ସ୍ପଷ୍ଟ ଭାବେ ଦେଖାଯାଉଛି । କିଛି ସମୟ ପରେ ଟ୍ରେନ୍‌ ନିକଟରେ କିଛି ଲୋକେ ଦେଖାଯାଉଛନ୍ତି । ସେମାନେ ଟ୍ରେନ୍‌ର ଯାତ୍ରୀ ବୋଲି କୁହାଯାଉଛି । ଏହାପରେ ଲୋକୋ ପାଇଲଟ୍‌ ରେଳ ଅଧିକାରୀଙ୍କୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଏହି ପ୍ରଣାଳୀରେ ପୂର୍ବରୁ ମଧ୍ୟ ରେଳ ଧାରଣାରେ ଅନେକ ହାତୀଙ୍କ ଜୀବନ ରକ୍ଷା କରାଯାଇଛି । ବର୍ଷ ୨୦୨୩ରେ ପ୍ରାୟ ୪୧୪ ହାତୀଙ୍କୁ ଓ ୧୬ ଅକ୍ଟୋବର ୨୦୨୪ରେ ପର୍ଯ୍ୟନ୍ତ ୩୮୩ ହାତୀଙ୍କ ଜୀବନ ରକ୍ଷା କରାଯାଇଛି ।
ଏହି ବିଭାଗରେ କାର୍ଯ୍ୟକାରୀ ହେଉଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ଆଇଡିଏସ୍‌ ଦ୍ୱାରା ଟ୍ରେନ୍ ପାଇଲଟ୍‌ଙ୍କୁ ସଚେତନ କରାଯାଇଥିଲା।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories