www.samajalive.in
Sunday, December 7, 2025
26.1 C
Bhubaneswar

ଟେଷ୍ଟରେ ସର୍ଫରାଜଙ୍କ ପ୍ରଥମ ଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ସମାଜ ଡିଜିଟାଲ ଡେସ୍କ: ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଛନ୍ତି ଭାରତୀୟ ନବାଗତ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାନ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି। ସର୍ଫରାଜଙ୍କ ଶତକ ବଳରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ଇନିଂସରେ ବଡ଼ ସ୍କୋର କରିବା ଆଶା ରହିଛି। ୧୧୪ ରନରେ ସର୍ଫରାଜ ଅପରାଜିତ ରହିଛନ୍ତି।

ପ୍ରଥମ ଇନିଂସରେ ଭାରତ ୪୬ ରନରେ ଅଲଆଉଟ ହେବା ପରେ ନ୍ୟୁଜିଲାଣ୍ଡ ୪୦୨ ରନ କରିଥିଲା। ଜବାବରେ ଭାରତ ୨ୟ ପାଳିରେ ଭଲ ପ୍ରାରମ୍ଭ କରିଥିଲା। ଓପନିଂ ଯୋଡ଼ିରେ ଜୟସଓ୍ବାଲ(୩୫) ଏବଂ ରୋହିତ ଶର୍ମା(୫୨) ପ୍ରଥମ ଉଇକେଟରେ ୭୨ ରନ ସଂଗ୍ରହ କରିଥିଲେ। ଏହା ପରେ ବିରାଟ କୋହଲି ଏବଂ ସର୍ଫରାଜ ଖାନ ସ୍ଥିତି ସମ୍ଭାଳିଥିଲେ। ଖେଳର ୩ୟ ଦିବସରେ କୋହଲି ୭୦ ରନ କରି ଆଉଟ୍ ହୋଇଯିବା ପରେ ରୁଷଭ ପନ୍ତ ସର୍ଫରାଜଙ୍କ ସହିତ ମିଶି ଦଳର ସ୍କୋରକୁ ଆଗେଇନେବାରେ ସହାୟତା କରିଛନ୍ତି। ୪ର୍ଥ ଦିବସ ଖେଳ ଜାରି ରହିଥିବାବେଳେ ଭାରତ ପୂର୍ବାହ୍ନ ୧୦ଟା ୪୦ ସୁଦ୍ଧା ୩ ଉଇକେଟ ବିନିମୟରେ ୩୧୯ ରନ୍‌ ସଂଗ୍ରହ କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories