www.samajalive.in
Sunday, December 7, 2025
26.1 C
Bhubaneswar

ପଡ଼ିଆକୁ ବାଟ ଭୁଲିଗଲେ ରୋହିତ, ଭାଇରାଲ ହେଉଛି ଭିଡିଓ

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏମିତି କିଛି ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ। ସାମାଜିକ ଗଣମାଧ୍ୟମରେ ଏହାର ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପଡ଼ିଆକୁ ଯିବାକୁ ବାଟ ପାଉନାହାନ୍ତି। ଫଳରେ ସେ ବାଉଣ୍ଡାରୀ ବାହାରେ ଲାଗିଥିବା ସାଇଟ୍‌ ସ୍କ୍ରିନ୍‌ ପଛ ପାଖ ଦେଇ ପଡ଼ିଆରେ ପ୍ରବେଶ କରୁଛନ୍ତି। ଜଣେ ଦର୍ଶକ ଏହି ଭିଡିଓଟି ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ତେବେ ରୋହିତଙ୍କ ଏପରି କାରନାମା ପ୍ରଶଂସକଙ୍କ ମନରେ ଉତ୍ସୁକତା ଭରିଦେଇଛି। ପ୍ରଶଂସକମାନେ ନାନା ପ୍ରକାର କୌତୁହଳପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି। ରୋହିତ ଏଭଳି କରିବାରେ ବେଶ୍ ମାହିର। ସେ ସର୍ବଦା ପଡ଼ିଆରେ ନିଜ ସାଥୀ ଖେଳାଳି ଏବଂ ପ୍ରଶଂସକମାନଙ୍କ ମନୋରଞ୍ଜନ କରାଇବାକୁ ଉଦ୍ୟମ କରିଥାନ୍ତି। ଏଥିପାଇଁ ନାନା ପ୍ରକାର କୌତୁହଳପୂର୍ଣ୍ଣ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥାଏ। ଠିକ୍ ସେହିପରି ରୋହିତ ପଡ଼ିଆକୁ ଠିକ୍‌ ବାଟରେ ନ ଯାଇ ସାଇଟ୍‌ ସ୍କ୍ରିନ୍‌ ପଛପଟ ରାସ୍ତା ଦେଇ ଯାଉଥିବା ଦେଖିବାକୁ ମିଳିଛି।

- Advertisement -

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories