www.samajalive.in
Monday, December 15, 2025
16.1 C
Bhubaneswar

ଭରତପୁର ଥାନା ମାମଲା: ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ, ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ଭରତପୁର ଥାନା ମାମଲାରେ ଶୁକ୍ରବାର ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି ସମ୍ପର୍କରେ ଏଥିରେ ଉଲ୍ଲେଖ ରହିଛି। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଖୁବ୍‌ଶୀଘ୍ର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଏଡିଜି ଶ୍ରୀ ମିଶ୍ର କହିଛନ୍ତି। ଗୁଜରାଟର ଷ୍ଟେଟ ସାଇନ୍ସ ଫରେନସିକ ଲାବୋରେଟୋରିରେ ୫ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ ସରିଛି। ରିପୋର୍ଟ ଶୀଘ୍ର ଦେବାକୁ କୁହାଯାଇଛି ବୋଲି ଏଡିଜି ସୂଚନା ଦେଇଛନ୍ତି। ମାମଲାରେ ଗୃହ ସଚିବଙ୍କୁ କିଛି ପ୍ରଶାସନିକ ତଥ୍ୟ ମାଗିବା ସହ ଗୁରୁତ୍ୱପୂର୍ଣ୍ଣ ଦିଗରେ ପଦକ୍ଷେପ ନେବା ପାଇଁ କମିସନ ନିର୍ଦେଶ ଦେଇଛନ୍ତି।

ଏବେସୁଦ୍ଧା ଅନେକ ସତ୍ୟପାଠ ମିଳିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତଙ୍କୁ ନୋଟିସ କରାଯିବ ବୋଲି କମିସନଙ୍କ ସଚିବ ଶୁଭେନ୍ଦୁ ମହାନ୍ତି କହିଛନ୍ତି। ଅନ୍ୟପଟେ ଅନ୍ତରୀଣ ସୁରକ୍ଷା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ୫ ପୁଲିସ ଅଧିକାରୀ। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଆବେଦନ ଆଜି ଅଦାଲତରେ ଉଠି ନଥିବା ବେଳେ ସବ୍‌‌-ଇନ୍ସେପକ୍ଟର ବୈଶାଳିନୀ ପଣ୍ଡା, ସାଗରିକା ରଥ, ସଲିଳାମୟୀ ସାହୁ ଏବଂ କନ​‌େ​‌ଷ୍ଟବଳ ବଳରାମ ହାଂସଦାଙ୍କୁ ଅଦାଲତ ଅନ୍ତରୀଣ ସୁରକ୍ଷା େଦବାକୁ ମନା କରି େଦଇଛନ୍ତି। ଏହି ମାମଲାରେ ରାଜ୍ୟ ସରକାରଙ୍କୁ କେସ୍‌ ଡାଏରୀ ଦାଖଲ ଲାଗି ନିର୍ଦେଶ ଦିଅାଯାଇଛି। ମାମଲାର ଶୁଣାଣି ଅକ୍ଟୋବର ୨୮କୁ ଧାର୍ଯ୍ୟ ହୋଇଛି। ଅବକାଶକାଳୀନ ବିଚାରପତି ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

- Advertisement -

ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ ଲାଗି କୁହାଯିବା ପରେ ଅନେକ ବ୍ୟକ୍ତି ସତ୍ୟପାଠ ଦାଖଲ କରିଛନ୍ତି। ଏସବୁକୁ ତର୍ଜମା ପରେ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ଅଧିକାରୀ ଓ ଅନ୍ୟମାନଙ୍କୁ ନୋଟିସ ଜାରି ହେବ। ଯେକୌଣସି ବ୍ୟକ୍ତି ଏହି ମାମଲା ସମ୍ପର୍କରେ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ଅବଗତ ଅଛନ୍ତି, ସେମାନେ ସତ୍ୟପାଠ ଦାଖଲ କରିପାରିବେ। ସଚେତନ ନାଗରିକ, ପୂର୍ବତନ ପୁଲିସ ଅଧିକାରୀ, ଆଇନଜୀବୀ ପ୍ରମୁଖ କିଭଳି ଏଭଳି ଘଟଣାର ଆଗକୁ ପୁନରାବୃତ୍ତି ନହେବ ଏବଂ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ ହେବ ସେନେଇ ସତ୍ୟପାଠ ଜରିଆରେ ମତାମତ ଦେଇପାରିବେ ବୋଲି କମିସନଙ୍କ ପକ୍ଷରୁ କୁହାଯାଇଥିଲା।

ସୂଚନାଯୋଗ୍ୟ, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦେଶ ଦେଇଥିଲେ। ଏହି ଘଟଣାରେ ଆଇଆଇସି ଶ୍ରୀ ମିଶ୍ରଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଉକ୍ତ କର୍ମଚାରୀଙ୍କ ପଲିଗ୍ରାଫ ପରୀକ୍ଷା ହୋଇଛି। ଶୁକ୍ରବାର ଅନୁଷ୍ଠିତ ବୈଠକରେ ଗୃହ ବିଭଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ସ୍ବତନ୍ତ୍ର ସଚିବ ରାଧାକୃଷ୍ଣ ଶର୍ମା, କ୍ରାଇମ୍‌ବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର ଉପସ୍ଥିତ ଥିଲେ। ଘଟଣାର ତଦନ୍ତ କରୁଥିବା ଦୁଇ ଅଧିକାରୀ ଡିଏସ୍‌ପି ନିଲମା ପଣ୍ଡା ଓ ନରେନ୍ଦ୍ର ବେହେରା ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories