www.samajalive.in
Sunday, December 14, 2025
23.1 C
Bhubaneswar

ସୂର୍ଯ୍ୟମନ୍ଦିର ପରିସରରେ ଅବ୍ୟବସ୍ଥା: ଖୋଲାରେ ଆଲୋକ ଏବଂ ଶବ୍ଦ ଶୋ’ ଦେଖୁଛନ୍ତି ପର୍ଯ୍ୟଟକ

କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିରରେ ଏବେ ନାନା ଅବ୍ୟବସ୍ଥା ସତ୍ତ୍ବେ ଖୋଲା ଆକାଶତଳେ ପର୍ଯ୍ୟଟକ ଆଲୋକ ଏବଂ ଶବ୍ଦ ଶୋ’ ଦେଖୁଛନ୍ତି। ଐତିହାସିକ କଥାବସ୍ତୁକୁ ନେଇ ମନ୍ଦିର ପ୍ରସ୍ତର ଉପରେ ସ୍ୱତନ୍ତ୍ର ଭାବେ ଆଲୋକ ଏବଂ ଶବ୍ଦ ଶୋ’ କରାଯାଉଥିବାବେଳେ ଏହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ମନ୍ଦିର ସୁରକ୍ଷା ସଂରକ୍ଷଣ ଦାୟିତ୍ୱରେ ଥିବା କୋଣାର୍କ ପର୍ଯ୍ୟଟନ ବିଭାଗର ଅବହେଳା ଯୋଗୁଁ ପର୍ଯ୍ୟଟକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କ ଲାଗି ସେଡ୍ ନିର୍ମାଣ କରାନଯିବାରୁ ସେମାନେ ବାହାରେ ବସି ଶୋ’ ଦେଖୁଛନ୍ତି। ବର୍ଷା ହେବା ମାତ୍ରେ ଶୋ’ ସମ୍ପୂର୍ଣ୍ଣ ବନ୍ଦ ରହୁଛି। ଆଗକୁ ଶୀତଋତୁ ଆସୁଥିବାରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେବ। ସେମାନେ ବାଧ୍ୟହୋଇ ଶୀତ କାକରରେ ବସି ଶୋ’ ଦେଖିବେ। ତେଣୁ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଡ୍ ନିର୍ମାଣ କରିବାକୁ ଦାବି ହେଉଛି।

- Advertisement -

ଏନେଇ କୋଣାର୍କ ପର୍ଯ୍ୟଟନ ବିଭାଗ ଅଧିକାରୀ ଅମିୟ କୁମାର ସେଠୀ କହିଛନ୍ତି ଯେ, ଯେହେତୁ ମନ୍ଦିରଟି ଏଏସ୍ଆଇ ଅଧୀନରେ ଆସୁଛି, ଆମେ ଏହି ଅବ୍ୟବସ୍ଥା ସମ୍ପର୍କରେ ଚିଠି ଲେଖି ଅବଗତ କରିବୁ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories