www.samajalive.in
Sunday, December 14, 2025
14.1 C
Bhubaneswar

ଟ୍ରେନ ଚଢ଼ିବାବେଳେ ଖସିପଡ଼ିଲେ ମାଆ ଓ ଶିଶୁ କନ୍ୟା; କଟିଗଲା ଗୋଡ଼, ହାତ

ରାୟଗଡ଼଼ା: ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଛି ଅଘଟଣ। ରାୟଗଡା ନିକଟସ୍ଥ ସିଙ୍ଗାପୁର ରୋଡ ଷ୍ଟେସନରେ କୋର୍ବା ଏକ୍ସପ୍ରେସରେ ଚଢିବା ବେଳେ ଅସାବଧାନତା ଯୋଗୁଁଁ ଖସି ପଡ଼ିଛନ୍ତି ମାଆ ଓ ୪ ବର୍ଷର ଶିଶୁ କନ୍ୟା। ଦୁଇ ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗିର ଜିଲା ଟିଟିଲାଗଡ କାନିଝିରୀରୁ ଦୁଇଦିନ ତଳେ ରାୟଗଡ଼ା ବ୍ଲକ ପେଣ୍ଟା ପଞ୍ଚାୟତର ଜିଞ୍ଜିଲିବାଡ଼ିକୁ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ ଚୈତନ୍ୟ ଚନ୍ଦନଙ୍କ ପରିବାର। ଗୁରୁବାର ରାତି ସାଢେ ୧୨ଟା ବେଳେ ତାଙ୍କ ପରିବାରର ପ୍ରାୟ ୬ ଜଣ ସିଙ୍ଗାପୁର ରୋଡ ଷ୍ଟେସନରୁ ଟିଟିଲାଗଡ ଫେରିବା ପାଇଁ ସ୍ତ୍ରୀ ପିଲାଙ୍କୁ ଧରି ବିଶାଖାପାଟଣା-କୋର୍ବା ଟ୍ରେନରେ ଚଢିବା ସମୟରେ ଅସବଧାନତା କାରଣରୁ ଚୈତନ୍ୟ ଚନ୍ଦନଙ୍କ ପତ୍ନୀ ଲତିକା ଚନ୍ଦନ(୩୦) ଓ ତାଙ୍କର ୪ ବର୍ଷର ଝିଅ ହସ୍ତିନା ଚନ୍ଦନ ଖସିପଡିଥିଲେ। ଦୁହେଁ ଟ୍ରେନ ଚାପାରେ ଗୁରୁତର ହୋଇଥିଲେ।

- Advertisement -

ଏହି ଦୁର୍ଘଟଣାରେ ଲତିକା ଚନ୍ଦନଙ୍କ ଦୁଇଟି ହାତ ଓ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି। ସେଭଳି ତାଙ୍କର ୪ ବର୍ଷର ଶିଶୁ କନ୍ୟା ହସ୍ତିନା ଚନ୍ଦନଙ୍କର ଡାହାଣ ହାତ ଓ ଗୋଡ଼ କଟି ଯାଇଛି। ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୁଲିସ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ରାୟଗଡା ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories