www.samajalive.in
Sunday, December 7, 2025
23.1 C
Bhubaneswar

ଆକ୍ରମଣ ପୂର୍ବରୁ ଜାଗା ଛାଡି ପଳାଇବାକୁ ଧମକ ଦେଲା ଇସ୍ରାଏଲ

ଡେସ୍କ: ଇସ୍ରାଏଲ ସେନା ପୂର୍ବ ଲେବାନନର ବେକା ଅଞ୍ଚଳର କିଛି ଅଂଶ ଛାଡିବାକୁ ଲୋକଙ୍କୁ ଧମକ ଦେବା ସହ ସେମାନେ ସେହି ଅଞ୍ଚଳ ଉପରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଇସ୍ରାଏଲ ସେନା ଲେବାନନର ଚାରିପଟୁ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଜାତିସଙ୍ଘ ସମେତ ଅନ୍ୟ କେତେକ ଦେଶ ଇସ୍ରାଏଲର ଅତର୍କିତ ଆକ୍ରମଣରେ ଲେବାନନର ସାଧାରଣ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଉଦବେଗ ପ୍ରକାଶ କରିବା ପରେ ଇସ୍ରାଏଲ ଆକ୍ରମଣ ପୂର୍ବରୁ ଚେତାବନୀ ଜାରି କରୁଛି। ଯାହା ଫଳରେ ଲୋକମାନେ ସେମାନଙ୍କ ଘରଦ୍ୱାର ଛାଡି ରିଲିଫ ଶିବିରକୁ ଯାଇପାରିବେ।

୨୦୫୫ରେ ପୃଥିବୀ ଦେଇ ଗତି କରିବ ମିନି ମୁନ୍

- Advertisement -

ଅନ୍ୟପକ୍ଷରେ, ଗାଜାର କମଲ ଆଦୱାନ, ଅଲ-ଆଓଦା ଏବଂ ଇଣ୍ଡୋନେସିଆ ଡାକ୍ତରଖାନାର କର୍ମଚାରୀମାନେ କହିଛନ୍ତି ଯେ ଉତ୍ତରରେ ଥିବା ଜାବାଲିଆକୁ ଆଜିକୁ ୧୩ ଦିନ ହେବ ଘେରାଉ କରି ରହିଥିବାରୁ ସେଠାରେ ଖାଦ୍ୟ ସଙ୍କଟ ସମ୍ଭାବନା ଦେଖାଦେଇଛି।

ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ..

ଗାଜାର ବେସାମରିକ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲର ଜାବାଲିଆ ଉପରେ ହୋଇଥିବା ବୋମାମାଡ଼ରେ ଧ୍ୱଂସ ହୋଇଥିବା କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଅନେକ ଲୋକଙ୍କ ମୃତଦେହ ଉଦ୍ଧାର କରିବାରେ ସେମାନେ ଅସମର୍ଥ ହୋଇଛନ୍ତି। ଲେବନାନରେ ଜାତିସଂଘ କହିଛି ଯେ ସଦ୍ୟ ଆକ୍ରମଣରେ ଦକ୍ଷିଣ ଲେବାନନରେ ଥିବା ଇସ୍ରାଏଲର ଏକ ଟ୍ୟାଙ୍କରୁ ଏହାର ଶାନ୍ତିରକ୍ଷୀମାନଙ୍କୁ ସିଧାସଳଖ ଏବଂ ଆଖିଦୃଶିଆ ଭାବରେ ଗୁଳି ମାଡ଼ କରାଯାଇଛି।

ଫେମିନା ମିସ୍‌ ଇଣ୍ଡିଆ-୨୦୨୪: ବିଜେତା ମୁକୁଟ ପିନ୍ଧିଲେ ନିକିତା ପୋରଓ୍ବାଲ

୨୦୨୩ ଅକ୍ଟୋବର ୭ ତାରିଖରୁ ଗାଜାରେ ଇସ୍ରାଏଲ ଆକ୍ରମଣରେ ୪୨ ହଜାର ୪୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୯ ହଜାର ୨୪୬ ଜଣ ଆହତ ହୋଇଛନ୍ତି। ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଆକ୍ରମଣରେ ଅତି କମରେ ୧ ହଜାର ୧୩୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରି ନିଆଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories