www.samajalive.in
Monday, December 15, 2025
16.1 C
Bhubaneswar

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ 

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଗୋବିନ୍ଦନଗର ଗାଁରେ ଦଶହରା ପାଳନ ଅବସରରେ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଘଟଣାରେ ପୁଲିସ ସମ୍ପୃକ୍ତ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକମାନେ ଗୋବିନ୍ଦନଗର ଗାଁର ଏମ. ସୁଦାମ, ଏ. ଶିବା ଓ ଏମ. ଡିଲେସୁ ବୋଲି ପୋଲିସ ସୂଚନା ଦେଇଛି । ଆକ୍ରମଣରେ ଗୁରୁତର ଆହତ ଯୁବକ ଜଣଙ୍କ ତତଡାପଲ୍ଲୀ ଗାଁର ବି ମୋହନ ବୋଲି ଜଣାପଡିଛି  ।

ଗତ ୧୧ ତାରିଖ ରାତିରେ ମୋହନ ଗୋବିନ୍ଦନଗରରେରେ ରହୁଥିବା ନିଜ ଶ୍ବଶୂର ଘରକୁ ଯାଇଥିବା ସହ ଗାଁରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ଏହି ସମୟରେ ମୋହନ ଏକ ଦୋକାନ ନିକଟରେ ଛିଡା ହୋଇଥିବାବେଳେ ୧୦ରୁ ଉର୍ଦ୍ଧ ଯୁବକ ସେଠାରେ ପହଂଚି ତାଙ୍କୁ ଠେଙ୍ଗା ଓ କାତି ଦ୍ଵାରା ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମୋହନ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ଖବର ପାଈ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଆହତ ମୋହନକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠେଇବା ସହ ତଦନ୍ତ ଆରମ୍ଭ କରିଥିଲେ । ଏ ନେଇ ଆହତ ମୋହନଙ୍କ ପିତା ବି.ଟଙ୍କିଆ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେସ ନଂ ୪୦୮/୨୪ ରେ ଏକ ମାମଲା ରୁଜୁ କରିବା ସହ ସୁଦାମ, ଶିବା ଓ ଡିଲେସୁକୁ ଗିରଫ କରି ଅଦାଲତ ଚାଲାଣ କରିଛି । ଏ ଘଟଣାରେ ଫେରାର ଥିବା ସମସ୍ତ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories