www.samajalive.in
Saturday, December 13, 2025
15.1 C
Bhubaneswar

ପାଟଣାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କେନ୍ଦୁଝର ଚାମ୍ପିଅନ୍ 

ପାଟଣା : କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମଠାରେ ପାଟଣା କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ୪ ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ କେନ୍ଦୁଝର ଏକାଦଶ ଓ ଯଶିପୁର ଏକାଦଶ ମଧ୍ୟରେ ଖେଳା ଯାଇଥିଲା। ପ୍ରଥମେ ଟସ୍ ଜିତି ଯଶିପୁର  ଏକାଦଶ ନିର୍ଦ୍ଧାରିତ ୨୦ ଓଭରେ ୧୮୪ ରନ୍ ସଂଗ୍ରହ କରିଥିଲା। ବିପକ୍ଷ ଦଳ କେନ୍ଦୁଝର ଏକାଦଶ ୧୮୬ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଅମ୍ପାୟାର ଭାବେ ମାନସ ମହାନ୍ତ ଓ ସମୀର ସେଠୀ ଖେଳ ପରିଚାଳନା କରିଥିଲେ। କିଶୋର କୁମାର ସେଠୀ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ସମାଜସେବୀ ଅଜୟ କୁମାର ଦାଶ , ପାଟଣା ପ୍ରେସ କ୍ଲବ ସମ୍ପାଦକ ବିଜୟ ରତ୍ନ ପତି, ପୂର୍ବତନ ଖେଳାଳୀ ସତ୍ୟବ୍ରତ ଦାଶ ପ୍ରମୁଖ ଯୋଗ ଦେଇ ବିଜେତା ଦଳକୁ ୨୦ ହଜାର ଓ ଉପ ବିଜେତା ଦଳକୁ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ। ପାଟଣା କ୍ରିକେଟ କ୍ଲବର ସନତ କୁମାର ଦାଶ, ଚିନ୍ମୟ ଦାଶ, ବିପ୍ଳବ କୁମାର ପୃଷ୍ଟି, ନିଖିଲ ପତି, ଦେବାଶିଷ ପଟ୍ଟନାୟକ, ପବନ ବାରିକ, ପ୍ରିତମ ଭଞ୍ଜ, ଆଶୁତୋଷ ଦାଶ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories