www.samajalive.in
Thursday, December 11, 2025
23.1 C
Bhubaneswar

ଦନ୍ତା ଆକ୍ରମଣରେ ଯୁବକ ଗୁରୁତର

ପାଟଣା : ରବିବାର ସକାଳୁ ପାଟଣା ବନାଞ୍ଚଳକୁ ୨୫ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି। ଚମ୍ପୁଆ ବନାଞ୍ଚଳ ଇଲାକାରୁ ନିହ୍ନୁଆଁ, ତ୍ରିବିନ୍ଧା ହୋଇ ଏହି ହାତୀପଲ ପାଟଣା ବନାଞ୍ଚଳରେ ପ୍ରବେଶ କରିବା ସହ ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଆଜି ସକାଳୁ ଏହି ହାତୀପଲ କେନ୍ଦେଇପଶି-ରାଜନଗର ରାସ୍ତାର ମୁରୁସୁଆଁ ନିକଟରେ ରାସ୍ତା ଉପରେ ଚଳାଚଳ କରିବାରୁ କିଛି ସମୟ ଧରି ଏହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ଦିନବେଳା ଏହି ହାତୀପଲ କେନ୍ଦେଇପଶି ନିକଟ କାଜୁ ଜଙ୍ଗଲରେ ଡେରା ପକାଇଥିବା ଦେଖିବାକୁ ମିଳିଥିବାବେଳେ ଏହି ହାତୀପଲଙ୍କୁ ଦେଖିବା ପାଇଁ ପ୍ରବଳ ଲୋକ ରୁଣ୍ଡ ହୋଇଥିଲେ। ଲୋକେ ହାତୀପଲଙ୍କୁ ଚିଡାଇବା ସହ ଟେକା ପଥର ଫିଙ୍ଗିବା ଘଟଣା ପରେ ଆଜି ଦିନ ପାଖାପାଖି ୨ଟା ସମୟରେ ପଲରେ ଥିବା ଏକ ଦନ୍ତା ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକକୁ ଟେକି କଚାଡି ଦେଇଥିଲା। ଗୁରୁତର ଯୁବକ ଜଣକ ଅଙ୍କୁରା ଗ୍ରାମର ଅକ୍ଷୟ କୁମାର ନାଏକ ବୋଲି ଜଣାପଡିଛି। ପାଟଣା ବନପାଳ ପିଅନ ନାଏକ ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଓ ପାରା କର୍ମଚାରୀ ମାନେ ହାତୀପଲଙ୍କ ଉପରେ ନଜର ରଖିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories