www.samajalive.in
Sunday, December 14, 2025
19.1 C
Bhubaneswar

ପାଟଣାରେ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ 

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଷ୍ଟାଡିୟମ ଠାରେ ପାଟଣା କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ଏକ ଟି ୨୦ କ୍ରିକେଟ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଛି। ଏଥିରେ ୪ଟି କ୍ରିକେଟ ଦଳ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ଉଦଘାଟନ ଉତ୍ସବରେ ଅତିଥି ଭାବେ ସମାଜସେବୀ ଅଜୟ କୁମାର ଦାଶ,ପାଟଣା ପ୍ରେସ କ୍ଲବ ସମ୍ପାଦକ ବିଜୟରତ୍ନ ପତି, ପାଟଣା ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍ ଯଶିପୁର ଏକାଦଶ ଏବଂ ଧକୋଠା ଏକାଦଶ କ୍ରିକେଟ ଦଳଙ୍କ ମଧ୍ୟରେ ହୋଇଥିଲା ଏଥିରେ ଯଶିପୁର ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ  ୨୮୬ ରନ କରିଥିବା ବେଳେ ଜବାବ ରେ ଧକୋଠା କ୍ରିକେଟ ଦଳ ୨୦୭ ରନ କରି ଅଲ ଆଉଟ୍ ହୋଇଯାଇଥିଲେ। ଫଳରେ ଯଶିପୁର ଦଳ ୭୯ ରନ ରେ ବିଜୟ ଲାଭ କରିଥିଲା । ଅମ୍ପାୟାର ଭାବେ ବିପ୍ଳବ କୁମାର ପୃଷ୍ଟି ଏବଂ ମାନସ ମହାନ୍ତ ଖେଳ ପରିଚାଳନା କରିଥିବା ବେଳେ କିଶୋର କୁମାର ସେଠୀ ଧାରା ବିବରଣୀ ପ୍ରଦାନ କରିଥିଲେ।  ପାଟଣା କ୍ରିକେଟ କ୍ଳବ୍ ର ସନତ କୁମାର ଦାଶ, ଚିନ୍ମୟ ଦାଶ, ବିପ୍ଳବ କୁମାର ପୃଷ୍ଟି,ଦେବାଶିଷ ପଟ୍ଟନାୟକ,ପ୍ରିତମ ଭଞ୍ଜ,ନିଖିଲ ପତି,ପବନ ବାରିକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories