ପଟାଙ୍ଗି: ବିବାଦୀୟ କୋଟିଆ ପଞ୍ଚାୟତକୁ ହାତେଇବା ପାଇଁ ଆନ୍ଧ୍ର ଅନବରତ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ପୁଣି ଆଦିବାସୀ ସଂଗଠନ ମାଧ୍ୟମରେ କୋଟିଆ ପଞ୍ଚାୟତ ବାସୀଙ୍କୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆନ୍ଧ୍ର ଆଦିବାସୀ ସଂଗଠନ ଡାକରାରେ ଆଜି ତଳଗଞ୍ଜେଇପଦର ଗ୍ରାମ ପୁଞ୍ଜ ବାସି ସାମିଲ ହୋଇ ପାର୍ବତୀ ପୁରମ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ସାଲୁର ମଣ୍ଡଲମ କାର୍ଯ୍ୟଳୟରେ ଜଙ୍ଗଲ ଜମି ପଟ୍ଟା ପାଇନଥିବା ପରିବାରଙ୍କୁ ତୁରନ୍ତ ପଟା ପ୍ରଦାନ ପାଇଁ ଦାବି କରିଥିବା ଜଣାପଡିଛି। ଗଂଜେଇ ପଦର ସମେତ କୋଟିଆର ବିବାଦୀୟ ଗାଁ ଲୋକଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ ଜରିବାକୁ ଲୋଭ ଦେଖାଉଛି ଆନ୍ଧ୍ର ସରକାର। ଆନ୍ଧ୍ର ଆଦିବାସୀ ସଂଗଠନକୁ ମାଧ୍ୟମ କରି ଦାବି ଉଠାଉଛି। ଜଙ୍ଗଲ ଜମି ପଟା ବଣ୍ଟନ କରିବା ଦାବିରେ ସାଲୁର ତହସିଲ ଅଫିସ ଆଗରେ ଆନ୍ଧ୍ରର ଆଦିବାସୀ ସଂଘଠନ ବିକ୍ଷୋଭ ପ୍ରଦର୍ଶନ କରି ଦାବି ପତ୍ର ପ୍ରଦାନ କରିଛି। ଆନ୍ଧ୍ର କୋଟିଆ ଅଂଚଳକୁ ଅଧିକ ବିବଦୀୟ କରିବାକୁ ଚାହୁଁଛି । ଆଦିବାସୀ ସଂଗଠନର ଆନ୍ଦୋଳନ ପଛରେ ଆନ୍ଧ୍ର ସରକାରଙ୍କ ହାତ ଥିବା ଚର୍ଚା ହେଉଛି ।
କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ଦିନକୁ ଦିନ ବଢିବାରେ ଲାଗିଛି। ସୀମାନ୍ତ ଗ୍ରାମ ପୁଞ୍ଜରେ ଆନ୍ଧ୍ରର ବିଭିନ୍ନ ସଂଗଠନ ନିଜର ଆଧିପତ୍ୟ ବଜାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବା କୋଟିଆ ଅଂଚଳର ଗାଁର ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମି ପଟା ଯୋଗାଇଦେବାକୁ ଆନ୍ଧ୍ରର ଆଦିବାସୀ ସଂଗଠନ ଦାବି କରିଛି । ଗତ ଜଗନ ରେଡି ସରକାର ସମୟରେ ଜଙ୍ଗଲ ଜମିପଟା ପାଇ ନଥିବା ଗଂଜେଇ ପଦର ସମେତ ବିବାଦୀୟ ଗାଁ ର ଆଦିବାସୀ ଲୋକଙ୍କୁ ତୁରନ୍ତ ପଟା ବଣ୍ଟନ କରିବାକୁ ଦାବି କରିଛି । ଆନ୍ଧ୍ର ପ୍ରଦେଶ ରାଜ୍ୟ ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ,ସାଲୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜସ୍ବ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛି । ଆନ୍ଧ୍ରରେ ଜଗନ ରେଡି ସରକାର ସର୍ଭେ କରି କିଛି ଆଦିବାସୀଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରି ଥିଲେ। ଆଉ କିଛି ଲୋକ ପଟା ପାଇ ପାରି ନଥିଲେ। ବର୍ତମାନ ଆନ୍ଧ୍ରରେ ସରକାର ପରିବର୍ତନ ହୋଇଛି । ଟିଡିପି ସରକାରକୁ ଆସିଛି । ଚନ୍ଦ୍ର ବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କୋଟିଆ ଗ୍ରାମ ପୁଂଜର ବିବାଦୀୟ ଗ୍ରାମ ଗୁଡିକର ବଂଚିତ ହୋଇଥିବା ଆଦିବାସୀ ଲୋକଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟା ପ୍ରଦାନ କରିବାକୁ ଆନ୍ଧ୍ରର ଆଦିବାସୀ ସଂଗଠନ ଦାବି କରିଛି । ନଚେତ ଆନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି ।
ଏ ସମ୍ପର୍କରେ ପଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ ଗତ ୨୦୧୧ ଜନଗଣନା ଅନୁସାରେ କୋଟିଆ ପଞ୍ଚାୟତ ରେ ୧୭୩୦ ପରିବାର ଥିବା ବେଳେ ଓଡିଶା ସରକାରଙ୍କ ପକ୍ଷରୁ ୨୦୪୫ ପରିବାରଙ୍କୁ ଗ୍ରାମସଭା ମାଧ୍ୟମରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତାଘାଟ, ବିଦ୍ୟାଳୟ, ବିଦ୍ୟୁତ୍ ପାନୀୟ ଜଳ ଯୋଗାଣ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସହ ସ୍ଵତନ୍ତ୍ର ପ୍ୟାକେଜ ମାଧ୍ୟମରେ ବିକାଶ କାର୍ଯ୍ୟ ଚାଲିଛି। ଶିକ୍ଷାର ବିକାଶ ପାଇଁ ସ୍ଵତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ସ୍ଵାସ୍ଥ୍ୟ ସେବା ପାଇଁ କୋଟିଆ ରେ ଡାକ୍ତରଖାନା, ଥାନା, ପଞ୍ଚାୟତ କାର୍ଯ୍ୟାଳୟ, କୃଷି, ପଶୁ ଚିକିତ୍ସା କେନ୍ଦ୍ର ମତ୍ସ୍ୟଚାଷ, ଷ୍ଠବେରୀ ଚାଷ, ଝାଡୁଚାଷ ଭଳି ସମସ୍ତ ମୌଳିକ ସୁବିଧା ଯୋଗାଇ ଆସୁଛନ୍ତି ବୋଲି ଶ୍ରୀ ଧାରୁଆ ପ୍ରକାଶ କରିଛନ୍ତି।



