www.samajalive.in
Monday, December 15, 2025
17.1 C
Bhubaneswar

ବେଲସୁନ୍ଦରୀ ଠାକୁରାଣୀଙ୍କ ପୀଠେ ମହାଷ୍ଟମୀ

ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟ ସନ୍ନିକଟ ଲଙ୍ଗଳକଣ୍ଟି ଗ୍ରାମ ବେଲସୁନ୍ଦରୀ ଠାକୁରାଣୀ ପୀଠରେ ଗତକାଲି ବିଧିମତେ ମହାସପ୍ତମୀ ପୂଜା ଆରମ୍ଭ ହୋଇଥିବା ବେଳେ ଆଜି ମହାଷ୍ଟମୀ ପାଳନ କରାଯାଉଛି। ମନ୍ଦିରକୁ ଆକର୍ଷଣୀୟ ଆଲୋକମାଳାରେ ସଜା ଯାଇଛି। କର୍ତ୍ତା ସାଂସଦ ଅନନ୍ତ ନାୟକଙ୍କ ସହ ପତ୍ନୀ ଲବଙ୍ଗଲତାଙ୍କ ଉପସ୍ଥିତିରେ ପଣ୍ଡିତ ଶେଷଦେବ ମିଶ୍ର ଓ ସାଥୀ ଡକ୍ଟର ପ୍ରତାପ କୁମାର ମିଶ୍ର ପୂଜାଦି ହୋମଯଜ୍ଞ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପ୍ରତ୍ୟହ ଆଗନ୍ତୁକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବିତରଣ କରାଯାଉଛି। ଶରତ କୁମାର ନାୟକ ଓ ଅନ୍ତର୍ଯ୍ୟାମୀ ନାୟକ ପୂଜା ଓ ଆନୁଷଙ୍ଗିକ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ସନ୍ଧ୍ୟାରେ ଭଜନ କୀର୍ତ୍ତନ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories