ବସ୍ କଣ୍ଡକ୍ଟରଙ୍କୁ ଜୋତାରେ ପିଟିଲେ ଛାତ୍ରୀ, ଭିଡିଓ ଭାଇରାଲ

ରତ୍ନଗିରି : ସାମାଜିକ ଗଣମାଧ୍ୟମରେ ଏକ ଚକିତ କରିଦେବା ଭଳି ଘଟଣା ଭାଇରାଲ ହେଉଛି । ଭିଡିଓରେ ଏକ ବସ କଣ୍ଡକ୍ଟର ଜଣେ ଛାତ୍ରୀଙ୍କ ସହ ଦୁର୍ବ୍ୟବହାର କରିବାରୁ ଛାତ୍ରୀଜଣକ ଜୋତାରେ କଣ୍ଡକ୍ଟରଙ୍କୁ ବାଡେଇବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଘଟଣାକୁ ବସରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେଇଛନ୍ତି ।

ସମସ୍ତେ ଏହି ଘଟଣାରେ ଛାତ୍ରୀଙ୍କୁ ସମର୍ଥନ କରିଛନ୍ତି ଏବଂ କଣ୍ଡକ୍ଟରଙ୍କ କାମକୁ ନିନ୍ଦା କରିଛନ୍ତି । ସୂଚନା ଅନୁସାରେ ଘଟଣାଟି ମହାରାଷ୍ଟ୍ରର ରତ୍ନଗିରି ଜିଲାର ବୋଲି କୁହାଯାଉଛି । ଭିଡିଓରେ ଲୋକମାନେ ଛାତ୍ରୀଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।

Comments are closed.