ଯୁବକ ସଂଘ ପକ୍ଷରୁ ମା’ ବରାଳ ଦେବୀଙ୍କ ଚତୁଃପାର୍ଶ୍ବ ସଫେଇ

ଫୁଲବାଣୀ : କନ୍ଧମାଳ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ମହିମା କାଇଁ ଯୁଗ ଯୁଗାନ୍ତରୁ ଅପାର। ଭକ୍ତଙ୍କ ଅସାଧ୍ୟ କାମକୁ ସାଧ୍ୟ କରିବାରେ ପ୍ରତକ୍ଷ ଥିବାରୁ ପ୍ରତ୍ୟେକ ଦିନ ଜିଲା ତଥା ଜିଲା ବାହାରୁ ବହୁ ସଂଖ୍ୟାରେ ମା’ଙ୍କ ପୀଠକୁ ଭକ୍ତ ମାନେ ଦର୍ଶନ ପାଇଁ ଆସିଥାନ୍ତି। ମା’ଙ୍କ ପୀଠରେ ମହାନବମୀ ଓ ଦଶହରା ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବାବେଳେ ଭକ୍ତଙ୍କ ମନୋରଞ୍ଜନ ପାଇଁ ମା’ ବରାଳ ଦେବୀ ଯାତ୍ରା ପରିଚାଳନା କମିଟି ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବା ପାଇଁ ପ୍ରସ୍ତୁତ କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ମା’ ବରାଳ ଦେବୀ ଯୁବକ ସଂଘର ସଭାପତି ବ୍ରହ୍ମାନନ୍ଦ ମାଝୀ, ସମ୍ପାଦକ ଦୁର୍ଗାପ୍ରସାଦ ମାଝୀଙ୍କ ନେତୃତ୍ୱରେ ଯୁବକ ସଂଘର ସଦଶ୍ୟ କୃତିବାସ ପାଣ୍ଡେ , କୁଶ ପାଣ୍ଡେ, ଲବ ପାଣ୍ଡେ ,ଆଶିଷ ନାୟକ, ସର୍ବେଶ୍ବର ବଗର୍ତ୍ତି, ସୁବ୍ରତ ଭୋଇ, ଅନୀଲ ବିଶୋଇ, ଆକାଶ ମାଝୀ, ଶିବ ମାଝୀ, ସନିଆ ଦେହୁରୀ , ଗୋଲକ ମାଝୀ ଏବଂ ସମସ୍ତ ସଦଶ୍ୟ ଉପସ୍ଥିତ ରହି ମନ୍ଦିର ଚତୁଃର୍ପାର୍ଶ୍ବ ସଫାସୁତୁରା କରିଥିଲେ। ଯୁବକ ସଂଘର ଏହିଭଳି କାର୍ଯ୍ୟକୁ ଦେଖି ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

Comments are closed.