www.samajalive.in
Tuesday, December 9, 2025
16.1 C
Bhubaneswar

ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ଫୁଲବାଣୀ ଘରୋଇ ବସ ମାଲିକ ସଂଘ

ଫୁଲବାଣୀ:ପୂର୍ବ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି। କ୍ଷମତାକୁ ଆସିଲେ ଏହି ଯୋଜନାର ସମୀକ୍ଷା କରିବେ ବୋଲି କହିଥିଲେ ବର୍ତ୍ତମାନର ମୂଖ୍ୟମନ୍ତ୍ରୀ। ଅପରପକ୍ଷରେ, ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ ଲାଗୁ କରିବା ପାଇଁ ଏବେ ନୂତନ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ। ସଂଘ କର୍ମକର୍ତା ଙ୍କ କହିବା ଅନୁଯାୟୀ, ଅନେକ ବେକାର ଯୁବକ ଗ୍ରାମାଞ୍ଚଳରେ ବସ ଚଳାଚଳ କରି ଜୀବିକା ନିର୍ବାହ କରୁଛନ୍ତି। ଲକ୍ଷ୍ମୀ ବସ ଯୋଜନା ଫଳରେ ଏମାନଙ୍କ ପେଟପାଟଣା ଏବେ ଆଶଙ୍କାରେ ପଡ଼ିଛି।

ଏଭଳି ସ୍ଥିତିରେ ଯଦି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଲାଗୁ କରାଯାଏ, ତେବେ ଘରୋଇ ବସ ମାଲିକ ମାନେ କ୍ଷତିଗ୍ରସ୍ତ ହେବେ। ବିଶେଷ କରି କନ୍ଧମାଳ ଜିଲ୍ଲାର ଅନେକ ଦୁର୍ଗମ ଓ ଉପାନ୍ତ ଅଞ୍ଚଳକୁ କେବଳ ଘରୋଇ ବସ ଚଳାଚଳ କରୁଛି, ଯେଉଁ ଠାକୁ କୌଣସି ଲକ୍ଷ୍ମୀ ବସ ମଧ୍ୟ ଯାଉନାହିଁ ବୋଲି ସଙ୍ଘ କହିଛି। ତେଣୁ ସରକାର ଲକ୍ଷ୍ମୀ ବସ ଯୋଜନାର ଟାୟାର-୨ ପ୍ରଚଳନ କରିବା ପ୍ରତିବାଦରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଙ୍ଘ ପକ୍ଷରୁ ଆସନ୍ତା ୭ ତାରିଖ ସନ୍ଧ୍ୟା ୬ ଟାରୁ ୮ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚକାବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଫୁଲବାଣୀ ଘରୋଇ ବସ ମାଲିକ ସଙ୍ଘ ଏହି ଆନ୍ଦୋଳନରେ ସାମିଲ ହୋଇଛି।

- Advertisement -

ଜିଲାର ଶତାଧିକ ବସ ଏହି ସମୟରେ ବନ୍ଦ ରହିବ ବୋଲି ଆଜି ନିଜସ୍ବ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସଭାପତି ପ୍ରଶାନ୍ତ କୁମାର ପାତ୍ର ଓ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ରତିକାନ୍ତ ସାହୁ, ସହ ସମ୍ପାଦକ ରବୀନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଉପଦେଷ୍ଟା ଶଶୀଭୂଷଣ ସାହୁ ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories