www.samajalive.in
Sunday, December 7, 2025
26.1 C
Bhubaneswar

‘ଲକ୍ଷ୍ମୀ’ ବସ୍‌କୁ ଘରୋଇ ମାଲିକ ସଂଘର ବିରୋଧ: କାଲି ବସ୍ ଚଳାଚଳ ବନ୍ଦ

ଜୟପୁର : ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ସେବା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍‌ ମାଲିକ ସଂଘ ପ୍ରଥମରୁ ବିରୋଧ କରି ଆସୁଛି। ବର୍ତ୍ତମାନ ଲକ୍ଷ୍ମୀ ବସ୍‌ ଟାଇପ-୨ ସେବା ଯୋଗାଇବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ଜୋର୍‌ଦାର ବିରୋଧ କରିଛି। ଏନେଇ ଜୟପୁର ଘରୋଇ ବସ୍‌ ମାଲିକ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଆସନ୍ତା ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ ବୋଲି ଜୟପୁର ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି କହିଛନ୍ତି। ବିଗତ ଦିନରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବା ପରେ ଘରୋଇ ବସ୍‌ ମାଲିକମାନେ କ୍ଷତି ସହିବାରୁ ‌‌ଆନ୍ଦୋଳନକୁ ଓହ୍ଲାଇ ଥିଲେ। ପରେ ତତ୍କାଳୀନ ବିଜେଡି ସରକାର ରାଜ୍ୟ ସଂଘ ସହ ଆଲୋଚନା କରିଥିଲେ। ଟାଇପ-୧ ଲକ୍ଷ୍ମୀ ବସ୍‌ ଚଲାଇବାକୁ ରାଜି ହୋଇଥିଲେ। ସେହି ସମୟରେ ବିରୋଧୀ ଦଳରେ ଥିବା ଆଜିର ବିଜେପି ସରକାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘକୁ ସମର୍ଥନ କରିଥିଲେ। ବର୍ତ୍ତମାନ ବିଜେପି ଶାସନକୁ ଆସିବା ପରେ ଟାଇପ-୨ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ସଂଘ ତରଫରୁ ବିରୋଧ କରାଯାଉଛି। ଟାଇପ-୧ ପଞ୍ଚାୟତରୁ ବ୍ଲକ, ଟାଇପ-୨ରେ ବ୍ଲକରୁ ଜିଲା ସଦରମହକୁମା ଯାଏଁ ଲକ୍ଷ୍ମୀ ବସ୍‌ ଚାଲିବ ବୋଲି କୁହାଯାଇଥିଲା। ସଂଘ ପକ୍ଷରୁ ବିରୋଧ କରାଯିବାରୁ ଟାଇପ-୨ରେ ସେବାକୁ ସରକାର ସ୍ଥଗିତ ରଖିଥିଲେ। ବର୍ତ୍ତମାନ ଟାଇପ-୨ରେ ଲକ୍ଷ୍ମୀ ବସ୍‌ ଚଲାଇବାକୁ ଏକ ସଂସ୍ଥା ଆବେଦନ କରି ସାରିଛି। ଏହାକୁ ବିରୋଧ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଘରୋଇ ବସ୍‌ ମାଲିକ ସଂଘ ତରଫରୁ ବିରୋଧ କରି ବନ୍ଦ ଡାକରା ଦିଆଯାଉଥିବା ଶ୍ରୀ ମହାନ୍ତି କହିଛନ୍ତି। ବେସରକାରୀ ବସ୍‌ ମାଲିକମାନେ ଦୁର୍ଗମ ଅଞ୍ଚଳକୁ କ୍ଷତି ସହି ମଧ୍ୟ ଗାଡି ଚଳାଚଳ କରୁଛନ୍ତି। ସେମାନଙ୍କୁ ସରକାରୀସ୍ତରରେ ​ ପ୍ରୋତ୍ସାହନ  ଦେବା ବଦଳରେ ବୋଝ ଦିଆଯାଉଛି। ବେସରକାରୀ ସଂସ୍ଥାକୁ ଯେମିତି ରିହାତି ଦେଇ ଲକ୍ଷ୍ମୀ ଟାଇପ-୨ ଚଳାଇବାକୁ ସୁଯୋଗ ଦେଇଛନ୍ତି। ସେହିପରି ସୁଯୋଗ ଘରୋଇ ବସ୍‌ ମାଲିକମାନଙ୍କୁ ଦେଲେ ବିରୋଧ କରାଯିବ ନାହିଁ ବୋଲି ସଂଘ ତରଫରୁ କୁହାଯାଇଛି। ଦଶହରା ସମୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ସେବା ୨୪ ଘଣ୍ଟା ବନ୍ଦ ରହିଲେ; ନିଶ୍ଚିତ ଭାବେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଏହା ସତ୍ତ୍ବେ ଘରୋଇ ବସ୍‌ ମାଲିକ ସଂଘ ତରଫରୁ ୭ ତାରିଖ ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ୨୪ ଘଣ୍ଟା ବସ୍ ଚଳାଚଳ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ୍‌ ମାଲିକ ସଂଘର ସଭାପତି ବି ସୁବ୍ରମଣ୍ୟମ ପାତ୍ର, ପବିତ୍ର ପାତ୍ର, ଶଙ୍କର ରାଓ, ଜଗନ୍ନାଥ ପାଣିଗ୍ରାହୀ, ତ୍ରିପତି ପାଣିଗ୍ରାହୀ, ଶାମ୍ବାଶିବ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories