www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଆ ସାମ୍ବାଦିକତା ଏବେ ସୁରକ୍ଷିତ ସାମ୍ବାଦିକଙ୍କ ହାତରେ -ଫ୍ୟାକ୍ଟ ଚେକିଂର ତାଲିମ ନେଲେ୩୦ରୁ ଅଧିକ ସାମ୍ବାଦିକ

ଭୁବନେଶ୍ଵର: ଭୁବନେଶ୍ଵର କିଟ୍ କ୍ୟାମ୍ପସରେ ଶୁକ୍ରବାର ଦିନ ସାମ୍ବାଦିକ ମାନଙ୍କ ପାଇଁ ଏକ ତାଲିମ ଶିବିର  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ୩୦ରୁ ଅଧିକ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିକାଲି ଯେଉଁଭଳି ଭାବେ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଉଛି। ସେଗୁଡିକୁ କିଭଳି ଭାବେ ସଠିକ୍ ଭାବେ ଚିହ୍ନଟ କରାଯାଇପାରିବ, ସେ ନେଇ ଆଲୋଚନା କରାଯାଇଥିଲା। ଆମେରିକାର ଜଣେ ସୁଦକ୍ଷ ପ୍ରଶିକ୍ଷକ ଏଥିରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ ଫ୍ୟାକ୍ଟ ଚେକିଂ ତାଲିମ୍ ପ୍ରଦାନ କରିଥିଲେ। ଆମେରିକା କନସୁଲେଟ୍ ଜେନେରାଲ୍ ହାଇଦ୍ରାବାଦ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ କ୍ଷେତ୍ରରେ ସହାୟତା ପ୍ରଦାନ କରିଥିବାବେଳେ ଓସମାନିଆ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶେଷରେ ଅଂଶଗ୍ରହଣକାରୀ ସାମ୍ବାଦିକ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କିଛି ତାଲିମପ୍ରାପ୍ତ ସାମ୍ବାଦିକ ଖବର ପ୍ରକାଶନ ପୂର୍ବରୁ ଖବର ପଛରେ କେତେ ସତ୍ୟତା ରହିଛି, ଫ୍ୟାକ୍ଟ ଚେକିଂ ଭିଡିଓ, ଫଟୋ , ଅଡିଓ ଇତ୍ୟାଦିରେ ଏହି ନୂତନ ଜ୍ଞାନ କୌଶଳକୁ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

 

- Advertisement -

 

 

 

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories