କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା, ଅଳ୍ପେକ ବର୍ତ୍ତିଲେ ଚାଳକ

ଫୁଲବାଣୀ: କନ୍ଧମାଳ ଜିଲାର ନୂଆଗାଁ ଅନ୍ତର୍ଗତ ସାରଙ୍ଗଗଡ କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା ଘଟି ଅଳ୍ପେକ ବର୍ତ୍ତିଲେ ଚାଳକ । ସୂଚନା ପ୍ରକାରେ ଆଜି ବାଲିଗୁଡା ପଟରୁ ଓଆର୍ ୦୭ ଭି ୩୬୧୬ କାର ଦ୍ରୁତ ଗତିରେ ଫୁଲବାଣୀ ଯାଉ ଥିବା ବେଳେ ସାରଙ୍ଗଗଡ ଅନ୍ତର୍ଗତ କୁର୍ଙ୍ଗୁଲି ନାଳରେ ଏକ ଆମ୍ବ ଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡିଥିଲା। କାରରେ ଦୁଇଜଣ ବ୍ୟକ୍ତି ଯାଉଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇ ଅଳ୍ପେକ ବର୍ତ୍ତି ଯାଇଛନ୍ତି।
ଏହି ଦୁର୍ଘଟଣ ଦେଖି ସମାଜ ସେବୀ ଅରୁଣ ଭାଇ ଓ ଶିବାନୀବସ୍ କଣ୍ଡକ୍ଟର ନାଳ ଭିତରୁ ଦୁର୍ଘଟଣା ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଦୁର୍ଘଟଣାଗ୍ରସ୍ତକୁ ନୂଆଁ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠେଇ ଥିଲେ।

Comments are closed.