ସୁଜାତାଙ୍କ ମନ୍ତବ୍ୟ ପରେ ବବି ଦାସଙ୍କ ମହଲରେ ହଇଚଇ

ମୋର ଇସ୍ତଫା ଦେବାର ନାହିଁ-ସୁଜାତା

ଭୁବନେଶ୍ବର: ଯାଜପୁର ବିଜେଡି ବିଧାୟିକା ସୁଜାତା ସାହୁଙ୍କ ବଡ଼ ବୟାନ। ସେ ଇସ୍ତଫା ଦେବାର ନାହିଁ କିମ୍ବା ଯାଜପୁରରେ ଉପନିର୍ବାଚନ ହେବାର ନାହିଁ। ଗତକାଲି ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଉପନିର୍ବାଚନ ରଣ ହୁଙ୍କାର ପରେ ଆଜି ସୁଜତା ଏହା ସ୍ପଷ୍ଟ କରିଛନ୍ତି।

ମୁଁ ଇସ୍ତଫା ଦେବାର ନାହିଁ କିମ୍ବା ପ୍ରଣବ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ। ଯାହାଙ୍କ ପାଇଁ ଏଯାଏଁ ଆସିଛି ସେମାନେ ଏ କଥା କହିନାହାନ୍ତି। ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ମନ୍ତବ୍ୟ ଦେବା ପରେ ବିଜେଡିରେ ହଇଚଇ ସୃଷ୍ଟି ହୋଇଛି। ବବି ଦାସ ଉପନିର୍ବାଚନରେ ଲଢ଼ି ବିଜୟୀ ହେବା ପରେ ବିଜେଡିର ମଙ୍ଗ ଧରିବାକୁ ରଖିଥିବା ଆଶା ଧୁଳିସାତ ହୋଇଥିବା ଚର୍ଚ୍ଚା ହେଉଛି।

ତେବେ ସୁଜାତାଙ୍କ ବୟାନ ମୁଁ ଇସ୍ତପା ଦେଇନି କି ମୋ ନେତା ଉପନିର୍ବାଚନ ଲଢ଼ିବେ କହିନାହାନ୍ତି ଏହାକୁ ଅଧିକ ଖୋରାକ ଯୋଗାଉଛି। କିନ୍ତୁ ସେ ଯାଜପୁର ପାଇଁ ଲଢ଼ିବେ ବୋଲି ଦେଇଥିବା ବୟାନ ଉପରେ ସୁଜାତା ସ୍ପଷ୍ଟି କରଣ ଦେଇ କହିଛନ୍ତି ଯେ ଏହା ଉପନିର୍ବାଚନ ସଂକ୍ରାନ୍ତରେ ନୁହେଁ।

Comments are closed.