www.samajalive.in
Monday, December 15, 2025
24.1 C
Bhubaneswar

ପ୍ରାକୃତିକ କୃଷିକୁ ସୁଦୃଢ କରିବା ପାଇଁ କନ୍ଧମାଳ ଚାପ୍ଟର ଉଦ୍‌ଘାଟିତ

ଫୁଲବାଣୀ: ପ୍ରାକୃତିକ କୃଷିକୁ କନ୍ଧମାଳ ଜିଲ୍ଲା ସ୍ତରରେ ସୁଦୃଢ କରିବା ପାଇଁ ପ୍ରାକୃତିକ କୃଷି ଜାତୀୟ ସଂଘର ମୁଖ୍ୟ ପ୍ରମେଲ ଗୁପ୍ତା ୟଙ୍କ ଦ୍ୱାରା ରାଇକିଆଠାରେ କନ୍ଧମାଳ ଚାପ୍ଟର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାରେ କୃଷିକୁ ଗ୍ରାମ ସ୍ତରରେ ଆଗକୁ ନେଉଥିବା ଅନୁଷ୍ଠାନ ଓ ଚାଷୀ ସଂଘଗୁଡ଼ିକ ଯୋଗଦେଇ ନିଜ ନିଜର ପ୍ରାକୃତିକ କୃଷି ଅଭିଜ୍ଞତା ପ୍ରକାଶ କରିଥିଲେ । ସଭାରେ ପ୍ରାକୃତିକ କୃଷି ରାଜ୍ୟ ଆବାହକ ଏକାଦଶୀ ନନ୍ଦି , ରାଜ୍ୟ ପ୍ରାକୃତିକ କୃଷି ସଂଘ ସଂଯୋଜକ ଡା. ଇମ୍ରାନ ମାଟି ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲାରେ କିପରି ୧୫୦୦ ପ୍ରାକୃତିକ କୃଷି ଚାମ୍ପିଅନ ଚାଷୀ ବାହାରିବେ ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରି ସଂପ୍ରସାରଣର ଏକ ଯୋଜନା ଉପରେ ଗୁପ୍ତା ମତ ରଖିଥିଲେ । ଏହି ଅବସରରେ ରାଇକିଆ ବ୍ଲକ ଲାମ୍ବଡିକିଆର ମା’ ଲକ୍ଷ୍ମୀ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ୧୪ ପ୍ରକାର ଦେଶୀ ଧାନ ଚାଷ ଦେଖିବା ସହିତ କାଣ୍ଡାବେଡାର ମା’ ଅନ୍ନପୁର୍ଣ୍ଣା ସ୍ୱୟଂସହାୟକ ଗୋଷ୍ଠୀର ୧୦ ଏକର ଜମିରେ ବିଭିନ୍ନ ପ୍ରକାର ଦେଶୀ ଚାଷ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମରେ କଲକାତାରୁ ଆସିଥିବା ଦଶରା ଅନୁଷ୍ଠାନର ନବୀନ ଜଏସଓ୍ବାଲ ଦେଖିଥିବା ଚାଷୀ ଅନୁଭୂତିକୁ ନିଜ କାର୍ଯ୍ୟକ୍ରମରେ ଆପଣେଇବେ ବୋଲି କହିଥିଲେ । ସଭାରେ ମାଣ୍ଡିଆରେ ପ୍ରସ୍ତୁତ କେକ୍‌, ପିଠା ଓ ବିସ୍କୁଟ ଅତିଥିମାନଙ୍କୁ ଗ୍ରାମ ଲୋକମାନେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇଂ ହରିଶଙ୍କର ରାଉତ ପରିଚାଳନା କରିଥିବା ବେଳେ ଗିରିଶ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱରଞ୍ଜନ ଦଳବେହେରା, ମୀନାକ୍ଷୀ ଦାସ, ହୃଶିକେଷ ଆମାୟତ, ପ୍ରସନ୍ନ ବାରିକ ଓ ପ୍ରଦୀପ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories