www.samajalive.in
Wednesday, December 10, 2025
17.1 C
Bhubaneswar

ହ୍ୱାଟ୍ସଆପ୍‌ ଆଣୁଛି ଜବରଦସ୍ତ ଫିଚର୍‌; ଆପେ ଆପେ ବ୍ଲକ୍‌ ହୋଇଯିବ ଅଜଣା କଲ୍‌ ଓ ମେସେଜ୍‌..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଆଣୁଛି ଏକ ଜବରଦସ୍ତ ଫିଚର୍‌ । ନିକଟରେ ଏକ ନୂଆ ସୁରକ୍ଷିତ ଫିଚର୍‌ ଉପରେ ପରୀକ୍ଷଣ କରୁଛି ହ୍ୱାଟ୍ସଆପ୍‌ । ଏହି ଫିଚର୍‌ ଆଗାମୀ ଦିନରେ ଅଜଣା କଲ୍‌ ଓ ମେସେଜରୁ ଆପଣଙ୍କୁ ମୁକ୍ତି ଦେବ । ହ୍ୱାଟ୍ସଆପ୍‌ର ଏହି ନୂଆ ଫିଚର୍‌ ଆପେ ଆପେ ଅଜଣା କଲ୍‌ ଓ ମେସେଜକୁ ବ୍ଲକ୍‌ କରିଦେବ । ଏହା ଉପଭୋକ୍ତାଙ୍କ ଗୋପନୀୟତା ପାଇଁ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇପାରେ । ଗତ କିଛି ବର୍ଷ ମଧ୍ୟରେ ହ୍ୱାଟ୍ସଆପ୍‌ରେ ନକଲି ମେସେଜ ଓ କଲ୍‌ ସଂଖ୍ୟା ବୃଦ୍ଧି ପାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍‌ ଏକ ନୂଆ ଫିଚର୍‌ ସାମ୍ନାକୁ ଆଣିଛି । ଜାଣନ୍ତୁ ଏହା ବିଷୟରେ..

ଏହି ଫିଚର୍‌ ପୂର୍ବରୁ ହ୍ୱାଟ୍ସଆପ୍‌ ବିଟା ଟେଷ୍ଟର ପାଇଁ ଉପଲବ୍ଧ ରହିଛି । ରିପୋର୍ଟ ଅନୁଯାୟୀ, ଖୁବ୍‌ ଶୀଘ୍ର ଏହି ନୂଆ ଫିଚର୍‌କୁ କାର୍ଯ୍ୟକାରୀ କରାଯିବ । ଏହି ଫିଚର୍‌ ସହ ଆଉ ୨ଟି ନୂଆ ଫିଚର୍‌କୁ ଯୋଡା ଯିବ । ଏହି ଫିଚର୍‌କୁ WABetaInfo  ଅପଡେଟ୍‌ରେ ଦେଖିବାକୁ ମିଳିବ । କମ୍ପାନୀ ଏହି ଫିଚର୍‌କୁ ଆଗାମୀ ଦିନରେ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ କାର୍ଯ୍ୟ କରିବ ।

- Advertisement -

କେମିତି କରିବେ ବ୍ୟବହାର-
ସର୍ବପ୍ରଥମେ ହ୍ୱାଟ୍ସଆପ୍‌ରେ ତିନିଟି ଡଟ୍‌ ଉପରେ କ୍ଲିକ୍‌ କରିବାକୁ ପଡିବ ।
ଏହାପରେ ସେଟିଙ୍ଗ୍‌ (Settings) ଅପସନ୍‌ ଚୟନ କରିବେ ।
ପରେ ଆପଣଙ୍କୁ ପ୍ରାଇଭେସି (Privacy) ଅପସନ୍‌ କ୍ଲିକ୍‌ କରିବାକୁ ପଡିବ ।
ଏହାପରେ ଆଡଭାନ୍ସଡ୍‌ (Advanced)ଅପସନ୍‌ କ୍ଲିକ୍‌ କରିବାକୁ ପଡିବ ।
ଶେଷରେ ବ୍ଲକ୍‌ ଅନ୍‌ନୋନ୍‌ ଆକାଉଣ୍ଟ (Block unknown account messages) ମେସେଜକୁ ଚୟନ କରିବାକୁ ପଡିବ ।

ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..

ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍‌ର ଏହି ନୂଆ ଫିଚର୍‌ ସମସ୍ତ ଅଜଣା କଲ୍‌ ଓ ମେସେଜକୁ ବ୍ଲକ କରିବ ନାହିଁ । ଏହା ସ୍କାମ୍‌ ଆକାଉଣ୍ଟକୁ ଚିହ୍ନଟ କରି ବ୍ଲକ୍‌ କରିବ । ଏହା ଆପଣଙ୍କ ତାଲିକାରେ ନଥିବା ସେହି ମେସେଜକୁ ବ୍ଲକ୍‌ କରିବ, ଯାହା କମ୍‌ ସମୟରେ ଅଧିକ ମେସେଜ ପଠାଇଥାଏ ।

ଦେଖନ୍ତୁ ଭିଡିଓ ;ଦୁବାଇ ଯାଉଥିବା ବିମାନ ଉଡାଣ ଭରିବାକୁ ଥିଲା କିଛି ସମୟ ବାକି, ଇଞ୍ଚିନ୍‌ରୁ ବାହାରିଲା ଧୂଆଁ..

ଏହା ପୂର୍ବରୁ ହ୍ୱାଟ୍ସଆପ୍‌ ୨ଟି ନୂଆ ଗୋପନୀୟତା ଫିଚର୍‌କୁ ସାମ୍ନାକୁ ଆଣିଥିଲା । ଯେଉଁଥିରେ ଉପଭୋକ୍ତାଙ୍କ ଆଇପି ଠିକଣାକୁ ସୁରକ୍ଷିତ କରିଥିଲା ।
ଗତ କିଛି ଦିନ ମଧ୍ୟରେ ହ୍ୱାଟ୍ସଆପ୍‌ ଗୋପନୀୟତା ଉପରେ ଦୀର୍ଘ ସମୟ ଧରି ପ୍ରଶ୍ନ ଉଠିଥିଲା। ଆନ୍ତର୍ଜାତୀୟ ନକଲି କଲ୍ ମଧ୍ୟ ବିବାଦର କାରଣ ପାଲଟିଥିଲା। ଏହା ପରେ ହ୍ୱାଟ୍ସଆପ୍‌ ଏହାର ପ୍ଲାଟଫର୍ମକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିବାକୁ ଗୁରୁତ୍ୱାରୋପ କରିଛି। ଏହି କାରଣରୁ, ହ୍ୱାଟ୍ସଆପ୍‌ ଗୋଟିଏ ପରେ ଗୋଟିଏ ନୂଆ ଫିଚର୍‌ ଆଣୁଛି ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories