www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ ;ଦୁବାଇ ଯାଉଥିବା ବିମାନ ଉଡାଣ ଭରିବାକୁ ଥିଲା କିଛି ସମୟ ବାକି, ଇଞ୍ଚିନ୍‌ରୁ ବାହାରିଲା ଧୂଆଁ..

ଚେନ୍ନାଇ : ଚେନ୍ନାଇ ବିମାନବନ୍ଦରରେ ଏକ ବଡ ଅଘଟଣ ଟଳି ଯାଇଥିବା ବୁଧବାର ଜଣାପଡିଛି । ଦୁବାଇ ଯାଉଥିବା ଏକ ବିମାନ ଉଡାଣ ଭରିବା ପୂର୍ବରୁ ଇଞ୍ଜିନ୍‌ରୁ ଧୂଆଁ ବାହାରିବାକୁ ଲାଗିଥିଲା । ମଙ୍ଗଳବାର ରାତିରେ ଚେନ୍ନାଇ-ଦୁବାଇ ଏମିରେଟସ ବିମାନ ଉଡାଣ ଭରିବା ପୂର୍ବରୁ ବିମାନର ଶେଷ ଅଂଶରୁ ଧୂଆଁ ବାହାରିବାକୁ ଆରମ୍ଭ କରିଥିଲା । ଧୂଆଁ ବାହାରିବା ଦେଖି ଘଟଣାସ୍ଥଳରେ ଲୋକେ ଭୟଭୀତ ହେବା ସହ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ସମୟରେ ବିମାନ ଭିତରେ କୌଣସି ଯାତ୍ରୀ ନଥିଲେ । ଉଡାଣ ଭରିବା ଠିକ୍‌ ପୂର୍ବରୁ ହିଁ ଏହି ଘଟଣା ଘଟିଥିଲା।

ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..

- Advertisement -

ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏମିରେଟ୍ସ ବିମାନ ମଙ୍ଗଳବାର ରାତି ୯.୫୦ ରେ ଦୁବାଇ ଅଭିମୁଖେ ଯାତ୍ରା କରିବାର ଥିଲା। ଏହାର କିଛି ସମୟ ପୂର୍ବରୁ ଇଞ୍ଜିନରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା । ଏହି ବିମାନରେ ୩୦୦ ରୁ ଅଧିକ ଯାତ୍ରୀ ଯାତ୍ରା କରିବାକୁ ଯାଉଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଦୁର୍ଘଟଣା ଯୋଗୁଁ ବିମାନଟି ଉଡାଣ ଭରିବାକୁ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା।

ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories