www.samajalive.in
Saturday, December 6, 2025
14.1 C
Bhubaneswar

ବାରିପଦାରେ ଅଘଟଣ: ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ବାରିପଦା: ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ବାରିପଦା ବନଖଣ୍ଡର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ମୃତକ ଜଣଙ୍କ ଘର ବାରଣ୍ଡାରେ ଶୋଇଥିବାବେଳେ ହାତୀ ତାଙ୍କୁ ଟେକିନେଇ କଚାଡି ଦେଇଥିଲା। ସେହିପରି ମୋରଡା ଥାନା ଉଲିଡିହି ଗାଁରେ ଜଣେ ମହିଳାଙ୍କ ଜୀବନ ନେଇଛି ଦନ୍ତା। ସକାଳୁ ମହିଳା ଜଣଙ୍କ ଘର ଝାଡୁ କରୁଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ। ଗତ କିଛି ଦିନ ହେବ ବାରିପଦା ବନଖଣ୍ଡର ଦେଉଳି, ରାସଗୋବିନ୍ଦପୁର ଏବଂ ବେତନଟୀ ଆଦି ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଡୁ ହାତୀପଲ ଆସି  ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories