www.samajalive.in
Sunday, December 7, 2025
23.1 C
Bhubaneswar

ଭୂକମ୍ପରେ ଥରିଲା ଜାପାନ; ସୁନାମୀ ପାଇଁ ସତର୍କ ସୂଚନା ଜାରି..

ଟୋକିଓ : ଭୂକମ୍ପରେ ଥରିଲା ଜାପାନ । ମଙ୍ଗଳବାର ସକାଳେ ଇଜୁ ଦ୍ୱୀପର ତଟୀୟ ଅଞ୍ଚଳରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଅନୁଭୂତ ହେବା ପରେ ଏକ ମିଟର ଜୁଆର ପର୍ଯ୍ୟନ୍ତ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି । ଜାପାନର ପାଣିପାଗ ବିଭାଗ ମଙ୍ଗଳବାର ଟୋକିଓର ଦକ୍ଷିଣରେ ସ୍ଥିତ ଦୁରଦରାଜ ଦ୍ୱୀପ ପାଇଁ ସୁନାମୀ ସତର୍କତା ଜାରି କରିଛି । ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ସୁନାମୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏଯାଏଁ ଭୂକମ୍ପରେ କୌଣସି ଧନଜୀବନ କ୍ଷତି ହୋଇଥିବା ନେଇ ଖବର ମିଳି ନାହିଁ ।
ଚାଚିଜୋ ଦ୍ୱୀପର ୟାନେନ୍ ଅଞ୍ଚଳରେ ପ୍ରାୟ ୫୦ ସେଣ୍ଟିମିଟରର ଏକ ଛୋଟ ସୁନାମି ପରିଲକ୍ଷିତ ହୋଇଥିଲା। ହାଚିଜୋ ଦ୍ୱୀପଠାରୁ ପ୍ରାୟ ୧୮୦ କିଲୋମିଟର ଦକ୍ଷିଣରେ ଏହି ସାମୁଦ୍ରିକ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସ୍ଥାନ ରାଜଧାନୀ ଟୋକିଓର ପ୍ରାୟ ୩୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ।

ବାସ୍ତୁ : ବାସ୍‌ ଏହି ଗୋଟିଏ ଜିନିଷ ଘରେ ରହିଲେ, ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା, ରୋଗ ସହ ଅଶାନ୍ତି, କରଜ ଲାଗି ରହେ..

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories