www.samajalive.in
Saturday, December 6, 2025
15.1 C
Bhubaneswar

ସୁନିତାଙ୍କୁ ଆଇଏସ୍‌ଏସ୍‌ କମାଣ୍ଡ ଦାୟିତ୍ବ

ଫ୍ଲୋରିଡା : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସଙ୍କୁ ବର୍ତ୍ତମାନ ଆଇଏସଏସ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର) କମାଣ୍ଡ ଦାୟିତ୍ବ ଦିଆଯାଇଛି। ରୁଷ୍‌ ମହାକାଶଚାରୀ ଓଲେଗ୍‌ କୋନୋନେଙ୍କୋ ରବିବାର ସୁନିତାଙ୍କୁ ଆଇଏସଏସ୍‌ର ନେତୃତ୍ବ ହସ୍ତାନ୍ତର କରିଛନ୍ତି। ଅନ୍ୟ ଦୁଇ ମହାକାଶଚାରୀଙ୍କ ସହ କୋନୋନେଙ୍କୋ ପୃଥିବୀକୁ ଫେରୁଥିବାରୁ ସୁନିତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ଦୀର୍ଘ ୧୨ ବର୍ଷ ପରେ ସୁନିତା ଦ୍ବିତୀୟ ଥର ଆଇଏସଏସର ନେତୃତ୍ବ ସମ୍ଭାଳିଛନ୍ତି। ଜୁନ୍‌ ୬ରେ ମହାକାଶକୁ ଯାତ୍ରା କରିଥିବା ସୁନିତା ଏ ପର୍ଯ୍ୟନ୍ତ ପୃଥିବୀକୁ ଫେରିପାରିନାହାନ୍ତି। ସୁନିତା ଓ ବବ୍‌ ୱିଲମୋରଙ୍କୁ ନେଇ ଯାତ୍ରା କରିଥିବା ବୋଇଂ ଷ୍ଟାରଲାଇନର ଯାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା କୌଣସି ମହାକାଶଚାରୀଙ୍କୁ ନ ଆଣି ପୃଥିବୀକୁ ଫେରିଆସିଛି। ଆସନ୍ତାବର୍ଷ ସ୍ପେସ୍‌ଏକ୍ସ ରକେଟରେ ସୁନିତା ମହାକାଶରୁ ଫେରିବେ ବୋଲି ନାସା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories