www.samajalive.in
Sunday, December 7, 2025
13.1 C
Bhubaneswar

୪୪୭୫ ବୋତଲ କଫସିରପ ଜବତ, ୧୭ ଗିରଫ

ବରଗଡ଼ : ବରଗଡ଼ ପୁଲିସ ୧୭ ଜଣ କଫ ସିରପ ଚାଲାଣକାରୀଙ୍କୁ ଗିରଫ କରିଛି। ବରଗଡ଼ ଦେଇ ବିପୁଳ ପରିମାଣରେ କଫ ସିରପ ଚୋରାଚାଲାଣ ହେଉଥିବା ସମ୍ପର୍କରେ ପୁଲିସକୁ ଖବର ପାଇଥିଲା। ସେହି ସୂଚନା ଆଧାରରେ ବରଗଡ଼ ପୁରୁଣା ରିଜର୍ଭ ପୁଲିସ ପାଖରେ ୪ ଜଣ ସନ୍ଦିଗ୍ଧ ଲୋକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା। ସେମାନେ କଫ ସିରପ ଚାଲାଣରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେବା ପରେ ସେମାନଙ୍କ ସୂଚନା ଆଧାରରେ ପୁଲିସ ଆହୁରି ୧୩ ଜଣଙ୍କୁ ଧରିଛି। ପୁଲିସ ମୋଟ୍ ୧୭ ଜଣଙ୍କୁ ଗିରଫ କରି ସେମାନଙ୍କ ପାଖରୁ ୪୪୭୫ ବୋତଲ କଫ ସିରପ ଜବତ କରିଛି। ଏହି ନିଶା ବେପାରୀ ଦଳ ଏତେ ପରିମାଣ​‌େ​‌ର କଫ ସିରପ ବରଗଡ଼ ସହରାଞ୍ଚଳରେ ବିକ୍ରି କରିବାକୁ ଆଣିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଆଜି ଏସ୍‌ପି ପ୍ରହଲ୍ଲାଦ ‌ସହାୟ ମିଣା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ନବୀନ ପୁରି, ମୋହନ ମେହେର, ବାସୁଦେବ ନେଗୀ, ପ୍ରଫୁଲ ରାଣା, ଦେବେନ୍ଦ୍ର ସାହୁ, ସୁଶୀଳ ବନଛୋର, ରାହୁଳ ବାଗ, କୋଶଳ ସାହୁ, ରଂଜିତ ପାତିକାର, ଆକାଶ ମେହେର, ଜଗଦାନନ୍ଦ ପଧାନ, ଜିତୁ ବାରିକ, ଗୌରାଙ୍ଗ ମେହେର, କିଶୋର ସାହୁ, ପ୍ରଦୀପ ପୋଢ଼, ରତ୍ନମଣି ନାଗ ଓ ହାଡୁ ବେହେରା। ଅଭିଯୁକ୍ତଙ୍କଠାରୁ ଗୋଟିଏ ବୋଲୋରେ (ଓଡି ୩୧ ଏମ ୫୦୧୮), ଗୋଟିଏ ମାରୁତି ସୁଜୁକି, ଗୋଟିଏ ଆର୍ଟିଗା, ଗୋଟିଏ ହୋଣ୍ଡା ଡ୍ରିମ କାର, ୧୨୦ ପାଣି ବୋତଲ, ୧୭୫୦ ଟଙ୍କା, ୩ଟି ମୋବାଇଲ ଫୋନ ‌ପୁଲିସ ଜବତ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories