www.samajalive.in
Sunday, December 14, 2025
19.1 C
Bhubaneswar

ବଜାରକୁ ଆସିଲା ଓଲା ଗିଗ୍ ଏବଂ ଏସ୍ ଓ୍ବାନ୍ ଜେଡ୍ ସ୍କୁଟର, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍ ଗିଗ୍ ଏବଂ ଏସଓ୍ବାନ୍ ଜେଡ୍ ସିରିଜର ସ୍କୁଟର ବଜାରକୁ ନେଇଆସିଛି । ଏଥିରେ ଗିଗ୍, ଗିଗ୍ ପ୍ଲସ୍, ଏସଓ୍ବାନ୍ ଜେଡ୍ ଏବଂ ଏସଓ୍ବାନ୍ ଜେଡ୍ ପ୍ଲସର ଦାମ୍ ଯଥାକ୍ରମେ ୩୯,୯୯୯ ଟଙ୍କା, ୪୯,୯୯୯ ଟଙ୍କା, ୫୯,୯୯୯ ଟଙ୍କା ଏବଂ ୬୪,୯୯୯ ଟଙ୍କା ଏକ୍ସ-ଶୋରୁମ୍ ଦାମ୍ ରହିଛି । ଚଳିତ ମାସ ଶେଷ ସୁଦ୍ଧା ଏହାର ବିକ୍ରି ଆରମ୍ଭ ହେବ ।

- Advertisement -

ଓଲା ଗିଗ୍

ଓଲା ଗିଗ୍ ସ୍କୁଟର ଖାସ୍ କରି ସହରରେ ଖାଦ୍ୟ ଡେଲିଭରୀ କିମ୍ବା ଅନ୍ୟ କୌଣସି ସାମଗ୍ରୀ ଡେଲିଭରୀ କାର୍ଯ୍ୟ କରୁଥିବା କର୍ମୀଙ୍କ ପାଇଁ ପ୍ରସ୍ତୁତ ହୋଇଛି । ଏଥିରେ ପର୍ଯ୍ୟାପ୍ତ ସାମଗ୍ରୀ ଲୋଡ୍ କରିବା ସହ ଅଧିକ ମାଇଲେଜ୍ ମଧ୍ୟ ପାଇହେବ । ଏହାର ସର୍ବାଧିକ ସ୍ପିଡ୍ ୨୫ କିଲୋମିଟର ପ୍ରତି ଘଣ୍ଟା । ଏଥିରେ ୧୧୨ କିଲୋମିଟର ଯାତ୍ରା କରିହେବ । ୧.୫ କିଲୋଓ୍ବାଟର ବ୍ୟାଟେରୀ ଏଥିରେ ମିଳିବା ସହ ଗାଡିର ଦାମ୍ ୩୯,୯୯୯ ଟଙ୍କା ।

ଗିଗ୍ ପ୍ଲସ୍

ଏହାର ସର୍ବାଧିକ ସ୍ପିଡ୍ ୪୫ କିଲୋମିଟର ପ୍ରତି ଘଣ୍ଟା । ଥରେ ଚାର୍ଜ କଲେ ଏଥିରେ ୮୧ କିଲୋମିଟର ଯାତ୍ରା କରିହେବ । ୨ଟି ବ୍ୟାଟେରୀ ଦ୍ବାରା ୧୫୭ କିଲୋମିଟର ଯାତ୍ରା କରିହେବ । ଏହାର ଦାମ୍ ୪୯,୯୯୯ ଟଙ୍କା ରଖିଛି କମ୍ପାନୀ ।

ଏସ୍ ଓ୍ବାନ୍ ଜେଡ୍

ଗୋଟିଏ ବ୍ୟାଟେରୀ ଦ୍ବାରା ଏଥିରେ ୭୫ କିଲୋମିଟର ଯାତ୍ରା କରିହେବ । ୨ଟି ବ୍ୟାଟେରୀ ଦ୍ବାରା ଏଥିରେ ୧୪୬ କିଲୋମିଟର ଯାତ୍ରା କରିହେବ । ଏହାର ସର୍ବାଧିକ ସ୍ପିଡ୍ ୭୦ କିଲୋମିଟର ପ୍ରତି ଘଣ୍ଟା । ଏହାର ଏକ୍ସ ଶୋରୁମ୍ ଦାମ୍ ୫୯,୯୯୯ ଟଙ୍କା ।

ଏସଓ୍ବାନ୍ ଜେଡ୍ ପ୍ଲସ୍

ଏହାର ସର୍ବାଧିକ ସ୍ପିଡ୍ ୭୦ କିଲୋମିଟର ପ୍ରତି ଘଣ୍ଟା । ଏଥିରେ ମାତ୍ର ୧.୮ ସେକେଣ୍ଡରୁ ଶୂନ୍ୟରୁ ୪୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିହେବ । ଏହାକୁ ଥରେ ଚାର୍ଜ କଲେ ୧୪୬ କିଲୋମିଟର ଯାତ୍ରା କରିହେବ । ଏହାର ଏକ୍ସ ଶୋରୁମ୍ ଦାମ୍ ୬୪,୯୯୯ ଟଙ୍କା ରଖିଛି କମ୍ପାନୀ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories