www.samajalive.in
Monday, December 8, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ମାତ୍ର ୧୫ ସେକେଣ୍ଡରେ ବୁଲେଟ୍‌ ଚୋରି କରି ଯୁବକ ଫେରାର

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଚୋରିର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଭିଡିଓଟି ଉତ୍ତରପ୍ରଦେଶର ମୁଜଫରନଗରର ବୋଲି କୁହାଯାଉଛି । ଭିଡିଓରେ ଜଣେ ଚୋର ମାତ୍ର ୧୫ ସେକେଣ୍ଡରେ ବୁଳେଟ୍‌ର ଲକ୍‌ ଭାଙ୍ଗି ଗାଡି ନେଇ ସେଠାରୁ ଫେରାର ହୋଇ ଯାଇଛନ୍ତି । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।


ଭିଡିଓରେ ଦେଖିପାରିବେ ଦିବାଲୋକରେ ଜଣେ ଚୋର ବ୍ୟସ୍ତବହୁଳ ରାସ୍ତା କଡରେ ରଖାଯାଇଥିବା ବାଇକ୍‌ ଗୁଡିକ ନିକଟରେ ପହଞ୍ଚିଛି । ଏକ ଲୁହାର ମୁନିଆ ଭଳି ଜିିନିଷ ବ୍ୟବହାର କରି ମାତ୍ର କିଛି ସମୟରେ ବୁଲେଟ୍‌ର ତାଲା ଭାଙ୍ଗି ଦେଇ ବାଇକ ଷ୍ଟାଟ୍‌ କରି ସେଠାରୁ ଫେରାର ହୋଇ ଯାଉଛି । ଆଖପାଖରେ ଥିବା ଲୋକେ ଏହି ଘଟଣାକୁ ଦେଖି କାବା ହେବା ସହ କେହି କିଛି ବୁଝିବା ଆଗରୁ ଚୋର ଫେରାର ହୋଇଯାଇଥିଲା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଘଟଣା ବିଷୟରେ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ

- Advertisement -

ଦେଖନ୍ତୁ ଭିଡିଓ ; ବିଦ୍ୟୁତ୍‌ ତାର ଉପରେ ଘାସ ଖାଉଛି ଛେଳି

ପୁଣି ବଢିଲା ସୁନା ଦାମ୍‌; ଗ୍ରାମ୍‌ ପିଛା ଏତିକି ବୃଦ୍ଧି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories