ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ସହଜରେ ବିଶ୍ୱାସ କରି ହୋଇନଥାଏ । କିଛି ଭିଡିଓ ଅନେକ ସମୟରେ ଲୋକଙ୍କୁ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଛେଳିର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଛେଳିଟି ବିଦ୍ୟୁତ୍ ତାର ଉପରେ ଚଢି ଘାସ ଖାଉଛି । ଯାହାକୁ ସହଜରେ ଲୋକେ ବିଶ୍ୱାସ କରି ପାରୁନାହାଁନ୍ତି । କଥାଟା ଶୁଣିବାକୁ ହିଁ ଅଜବ ଲାଗୁଛି ।
ଭିଡିଓରେ ଦେଖିପାରିବେ, ବିଦ୍ୟୁତ୍ ଖୁଣ୍ଟରୁ ଖୁଣ୍ଟକୁ ଟଣା ହୋଇଥିବା ତାର ଉପରେ ଛେଳି ଘାସ ଖାଉଛି । ତଳେ ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି । କିଛି ଲୋକେ ଭିଡିଓଟି ଏଡିଟ୍ ହୋଇଥିବା ମତ ଦେଉଛନ୍ତି । ଏଯାଏଁ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି ।
ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ



