ଖୁବ ଶୀଘ୍ର ବଜାରକୁ ଆସିବ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ସୁପରବାଇକ

ନୂଆଦିଲ୍ଲୀ : ଦେଶର ଇ-ବାଇକ ପ୍ରସ୍ତୁତ କରୁଥିବା କମ୍ପାନୀ ଅଲ୍ଟ୍ରାଭାଓଲେଟ୍ ନିଜ ପ୍ରଥମ ସୁପରବାଇକ୍ ପ୍ରଦର୍ଶିତ କରିଦେଇଛି । କମ୍ପାନୀ ନିଜ ଲାଟେଷ୍ଟ ଅଫରିଂ ଏଫ୯୯ ଫ୍ୟାକ୍ଟ୍ରି ରେସିଂ ପ୍ଲାଟଫର୍ମକୁ ଉନ୍ମୋଚନ କରିଦେଇଛି ଏବଂ ଖୁବ୍ ଶୀଘ୍ର ଏହି ବାଇକକୁ ଭାରତୀୟ ବଜାରରେ ଲଞ୍ଚ୍ କରିବ । ଏହା ଭାରତର ପ୍ରଥମ ଇ-ସୁପରବାଇକ ବୋଲି କମ୍ପାନୀ ଦାବି କରିଛି । ଏହାର ସର୍ବାଧିକ ସ୍ପିଡ୍ ୨୬୫ କିଲୋମିଟର ପ୍ରତି ଘଣ୍ଟା ହେବ ।

ବାଇକ ୧୨୦ ବିଏଚପିର ସର୍ବାଧିକ ପାଓ୍ବର ଉତ୍ପନ କରିବ ଏବଂ ମାତ୍ର ୩ ସେକେଣ୍ଡରେ ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଛୁଇଁପାରିବ । ବାଇକର ଓଜନ ୨୭୮ କିଲୋଗ୍ରାମ । ଏଥିରେ କାର୍ବନ ଫାଇବର ବଡି ଦିଆଯାଇଛି । ଉଭୟ ଫ୍ରଣ୍ଟ୍ ଏବଂ ରିୟରରେ ୧୭ ଇଞ୍ଚର ହ୍ବିଲ୍ ଦିଆଯାଇଛି । ଆଗାମୀ ୯୦ ଦିନରେ ଏହି ବାଇକ ରେକର୍ଡ ସୃଷ୍ଟି କରିପାରିବ ବୋଲି କମ୍ପାନୀ ଦାବି କରିଛି । ଏହା ସବୁଠାରୁ ଅଧିକ ସ୍ପିଡରେ ଯାଇପାରୁଥିବା ଇ-ବାଇକ ହେବ ଏବଂ ଭାରତୀୟ ବଜାରରେ ଇଭିକୁ ଏକ ନୂଆ ଗତି ପ୍ରଦାନ କରିବ ବୋଲି କମ୍ପାନୀ ସୂଚନା ଦେଇଛି ।

Comments are closed.