www.samajalive.in
Monday, December 15, 2025
24.1 C
Bhubaneswar

ସତ୍ୟ ଖବର ପ୍ରକାଶିତ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ମିଥ୍ୟା ମାମଲା

ଲକ୍ଷ୍ମୀପୁର: ସତ୍ୟ ଖବର ପ୍ରକାଶ କରିବା କାରଣରୁ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ମିଥ୍ୟା ଏତଲା ଓ ମାମଲା। ଗତ ୫ ତାରିଖରେ ସମାଜ ସହିତ ଅନ୍ୟ କିଛି ପ୍ରମୁଖ ଖବରକାଗଜରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର କେନ୍ଦୁୱାଡା ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଖବର ପ୍ରକାଶିତ ହୋଇଥିଲା। ଏପରିକି ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଉପଜିଲାପାଳ କୋରାପୁଟ ଶ୍ରୀ ବେଣୁଧର ଶବର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଖବର ପ୍ରକାଶିତ ହେବାର ପ୍ରାୟ ପନ୍ଦର ଦିନ ପରେ କେନ୍ଦୁୱାଡା ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ସୁଶାନ୍ତି ମିଶ୍ର ଥାନାରେ ମିଥ୍ୟା ଏତଲା ଦେଇଛନ୍ତି। ଯାହାକୁ ନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ବେଳେ ସମ୍ବାଦିକମାନେ ମଧ୍ୟ ପାଲଟା ଏତଲା ଦେଇଛନ୍ତି। ତେବେ କେଉଁ ଦଫାରେ ସମ୍ବାଦିକଙ୍କ ନାମରେ ମାମଲା ରୁଜୁ ହୋଇଛି ତାହା ଜଣାପଡିନାହିଁ। ଏହାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ସତ୍ୟ ଖବର ପ୍ରକାଶର ୧୫ ଦିନ ପରେ କିପରି ମିଥ୍ୟା ଅଭିଯୋଗ ସହିତ ମାମଲା ରୁଜୁ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଏହାର ଠିକ ତଦନ୍ତ କରିବା ପାଇଁ ଦାବି ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories