Patra electronics

ଜବରଦସ୍ତ ଅଫର୍‌ ; ଏହି ଦିନ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେମିତି କରିବେ ବୁକ୍‌..

ନୂଆଦିଲ୍ଲୀ : ସିନେ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଯେଉଁମାନେ ଫିଲ୍ମକୁ ହଲ୍‌ରେ ଦେଖିବା ପାଇଁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ବମ୍ପର ଅଫର୍‌ ଆସିଛି । ଜାତୀୟ ସିନେମା ଦିବସ ଅବସରରେ ଆପଣ ନିଜର ପ୍ରିୟ ସିନେମାକୁ ମାତ୍ର ୯୯ ଟଙ୍କାରେ ଦେଖି ପାରିବେ । ଚଳିତ ବର୍ଷ ଜାତୀୟ ସିନେମା ଦିବସ ୨୦ ସେପ୍ଟେମ୍ବର ଶୁକ୍ରବାରରେ । ଗତ ବର୍ଷ ୨୦୨୩ରେ ଏହା ୧୩ ଅକ୍ଟୋବରରେ ପାଳନ କରାଯାଇଥିଲା । ମଲ୍ଟିପ୍ଲେକ୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଜାତୀୟ ସିନେମା ଦିବସ ପାଇଁ ଏକ ବଡ ଘୋଷଣା କରିଛନ୍ତି । ୨୦ ସେପ୍ଟେମ୍ବରରେ ସାରା ଦେଶରେ ଶସ୍ତାରେ ଫିଲ୍ମ ଦେଖିବା ପାଇଁ ସୁଯୋଗ ମିଳିବ ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

ଅଫର୍‌ ଅନୁଯାୟୀ, ପିଭିଆର, ସିନେପୋଲିସ୍‌ ସବୁରେ ୩୦୦-୪୦୦ ଟଙ୍କାରେ ମିଳୁଥିବା ସିନେମା ଟିକେଟ୍‌ ମାତ୍ର ୯୯ ଟଙ୍କାରେ ମିଳିବ । ଏହାସହ ଅନଲାଇନ୍‌ ଟିକେଟ୍‌ ବୁକ୍‌ କରିବା ପାଇଁ ଆପଣଙ୍କୁ ଦର୍ଶକ ମଲ୍ଟିପ୍ଲେକ୍ସ ଚାଳିତ ୱେବସାଇଟ୍‌, ବୁକ୍‌ ମାଇ ଶୋ’,ପେଟିଏମ୍‌ ଆଦି ବ୍ୟବହାର କରି ପାରିବେ । ଏଥିରେ ଆପଣଙ୍କୁ ସମସ୍ତ ଅଫର୍‌ ମିଳିବ । ଆପଣଙ୍କ ଉଭୟ ଅନଲାଇନ୍‌ ଓ ଅଫଲାଇନରେ ଟିକେଟ୍‌ ବୁକ୍‌ କରି ପାରିବେ ।

ଖୁବ୍‌ ଶୀଘ୍ର ହେଉଛି ଅତ୍ୟନ୍ତ ଶୁଭ ଯୋଗ ; ଏହି ରାଶିଙ୍କୁ ମିଳିବ ଖାଲି ଧନ, ସଫଳତା..


ଅଫର୍‌ ମୁଖ୍ୟତଃ ନିୟମିତ ଚଳଚ୍ଚିତ୍ର ସ୍କ୍ରିନିଂ ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ ୩ଡି, ରିସଲିନର୍‌ ସିଟ୍‌ ଏବଂ ପ୍ରିମିୟମ୍‌ ଥିଏଟର ଏହି ୯୯ ଟଙ୍କାରେ ଅନ୍ତର୍ଭୁକ୍ତ ନୁହେଁ । ଏହାସହ ଅନେକ ଚଳଚ୍ଚିତ୍ର ରିଲିଜ୍‌ ହୋଇଛି, ଯାହାକୁ ନେଇ ଲୋକଙ୍କ ଉତ୍ସାହ ଲାଗି ରହିଛି । ତେଣୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ କମ୍‌ ହେବ ନାହିଁ ।
ଅଗଷ୍ଟ ୧୫ରେ ରିଲିଜ ହେବା ପରଠାରୁ ବକ୍ସ ଅଫିସରରେ ଧମାକା କରୁଥିବା ‘ସ୍ତ୍ରୀ୨’, ତୁମ୍ବାଡ, ଗୋଟ୍‌, ବକିଙ୍ଗହମ୍‌ ମର୍ଡର୍ସ ପାଇଁ ସିନେ ପ୍ରେମୀଙ୍କ ଭିଡ ଲାଗି ରହିଛି । ସେହିପରି କିଛି ପୁରୁଣା ଫିଲ୍ମକୁ ମଧ୍ୟ ପୁନଃ ରିଲିଜ୍‌ କରାଯିବ ।

Comments are closed.