Patra electronics

ଲୋକଙ୍କ ହୃଦୟ ଜିତିଲା ପିଲାଙ୍କ ଭିଡିଓ, ଏମିତି କରୁଛନ୍ତି ଗଣେଷ ବିସର୍ଜନ

ମୁମ୍ବଇ: ମୁମ୍ବଇ, କର୍ଣ୍ଣାଟକ ସମେତ ସାରା ଦେଶରେ ଅନେକ ସ୍ଥାନରେ ଗଣେଷପୂଜା ଧୁମଧାମରେ ପାଳିତ ହୋଇଯାଇଛି ।  ସାମାଜିକ ଗଣମାଧ୍ୟମରେ ଗଣେଷ ବିସର୍ଜନ ସମୟର ଅନେକ ଭିଡିଓ ଭାଇରାଲ ହେଉଛି । କେଉଁଠି ବଲିଉଡ ତାରକା ନଜର ଆସୁଛନ୍ତି ତ ଆଉ କେଉଁ ଭିଡିଓରେ ଦେଶର ବଡ ବ୍ୟବସାୟୀ ନଜର ଆସୁଛନ୍ତି । ତେବେ ଏକ ଭିନ୍ନ ଭିଡିଓ ନଜର ଆସିଛି ଯାହା ସମସ୍ତଙ୍କ ହୃଦୟ ଜିତିଛି ।

ଭାଇରାଲ ଭିଡିଓରେ କିଛି ପିଲା ବିନାୟକଙ୍କୁ ବିସର୍ଜିତ କରୁଥିବା ନଜର ଆସୁଛନ୍ତି । ଭିଡିଓରେ ଜଣେ ଛୋଟ ପିଲା ଏକ ସାଇକେଲରେ କୁନି ଗଣେଷ ମୂର୍ତ୍ତିଙ୍କୁ ବିସର୍ଜନ କରିବା ପାଇଁ ନେଉଛି । ସେଥିରେ ଏକ ସ୍ପିକର ଲାଗିଛି ଯେଉଁଥିରେ ଗୀତ ବାଜୁଛି । ଗୀତ ତାଳେ ତାଳେ କିଛି ପିଲା ସାଇକେଲ ଆଗରେ ନାଚୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେଉଛି । ଭିଡିଓଟି ସମସ୍ତଙ୍କ ହୃଦୟକୁ ଛୁଇଁଛି ।

Comments are closed.